ଆସନ୍ତାକାଲି ଭାରତୀୟ ନୌସେନାରେ ସାମିଲ ହେବ ଯୁଦ୍ଧଜାହଜ ମହେନ୍ଦ୍ରଗିରି

ମୁମ୍ବାଇ: ବଢ଼ିବାକୁ ଯାଉଛି  ଭାରତୀୟ ନୌସେନାର ସାମର୍ଥ୍ୟ ଓ ବଳ । ନୌସେନାରେ ସାମିଲ ହେବ ଯୁଦ୍ଧଜାହଜ ମହେନ୍ଦ୍ରଗିରି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଥିବା ଯୁଦ୍ଧ ଜାହଜ ମହେନ୍ଦ୍ରଗିରି ଆସନ୍ତାକାଲି ଭାରତୀୟ ନୌସେନାରେ ସାମିଲ ହେବ ଏହି ଜାହାଜ । ଉପରାଷ୍ଟ୍ରପତି ଜଗଦ୍ଦୀପ ଧନକରଙ୍କ ପତ୍ନୀ ସୁଦେଶ ଧନକର ଏହାକୁ ମୁମ୍ବାଇସ୍ଥିତ ମାଜଗାଓଁ ଡକୟାର୍ଡରେ ଉଦଘାଟନ କରିବେ । ମାଜଗାଓଁ ଡକ୍‌ ୟାର୍ଡ ଓ ଜିଆରଏସଇର ମିଳିତ ଉଦ୍ୟମରେ ଯୁଦ୍ଧଜାହଜ ନୌସେନାର ୧୭A ପ୍ରକଳ୍ପ ଅଧିନରେ ନିର୍ମାଣ କରାଯାଇଛି । ଏହା ସର୍ବଶେଷ ଓ ସପ୍ତମ ଷ୍ଟିଲ୍  ଯୁଦ୍ଧ ଜାହଜ । ଗତ ୧୭ ତାରିଖରେ ଷଷ୍ଠ ଯୁଦ୍ଧ ଜାହଜ ବିନ୍ଧ୍ୟଗିରି ଉଦଘାଟିତ ହୋଇଥିଲା । ଏହାରି ଭିତରେ ଭାରତ ନିର୍ମିତ ୬ଟି ଯୁଦ୍ଧଜାହଜ ନୌସେନାରେ ସାମିଲ ହୋଇସାରିଛି

Leave a Reply

Your email address will not be published. Required fields are marked *