ଗଦର-୨ କଲେକ୍ସନରେ ପ୍ରତିବନ୍ଧକ ସାଜିଲା ଏହି ଚଳଚ୍ଚିତ୍ର ଜାଣନ୍ତୁ…

ସନ୍ନି ଦେଓଲଙ୍କ ଚଳଚ୍ଚିତ୍ର ଗଦର ୨ ରିଲିଜ୍ ହେବାର ଦୁଇ ସପ୍ତାହ ପୂରଣ କରିଛି | ଦୁଇ ସପ୍ତାହ ମଧ୍ୟରେ ଫିଲ୍ମ ୪୦୦ କୋଟି ମାର୍କ ଅତିକ୍ରମ କରିଛି। ଗଦର ୨ ତଥାପି ପ୍ରଶଂସକଙ୍କ ହୃଦୟରେ ରାଜ କରୁଛି| ବର୍ତ୍ତମାନ ଗଦର 2 ର ରୋଜଗାର ଧୀରେ ଧୀରେ ହ୍ରାସ ପାଉଛି, ଯେଉଁଥିପାଇଁ ଏହି ଚଳଚିତ୍ର ୪୫୦ କୋଟିର କ୍ଲବରେ ପ୍ରବେଶ କରିବା ପାଇଁ କଷ୍ଟସାଧ୍ୟ ହୋଇପଡିଛି | ସପ୍ତାହ ଶେଷରେ ଗଦର ୨ ର ରୋଜଗାରରେ ବୃଦ୍ଧି ଆଶା କରାଯାଉଥିଲା, କିନ୍ତୁ ଶୁକ୍ରବାର ଦିନ ମୁକ୍ତିଲାଭ କରିଥିବା ଡ୍ରିମ୍ ଗାର୍ଲ ୨ଏହାକୁ ପଛରେ ପକାଇଦେଇଛି ।

ଆଜି ପ୍ରେକ୍ଷାଳୟରେ ଆୟୁଷ୍ମାନ ଖୁରାନା ଏବଂ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ଡ୍ରିମ୍ ଗାର୍ଲ ୨ ରିଲିଜ୍ ହୋଇଛି। ଏହାର କଲେକ୍ସନର ପ୍ରଭାବ ଗଦର ୨ ଉପରେ ଦେଖିବକୁ ମିଳୁଛି |

୧୪ ଦିନରେ ଗଦର- ୨ ୮.୪୦ କୋଟି ଟଙ୍କା ସଂଗ୍ରହ କରିଥିଲା | ଏହି କଲେକ୍ସନ ପନ୍ଦର ଦିନରେ ଆହୁରି ଖସି ଆସିଛି | ରିପୋର୍ଟ ଅନୁଯାୟୀ, ଗଦର ୨ ୧୫ତମ ଦିନରେ ୬ କୋଟି ସଂଗ୍ରହ କରିଛି। ଯାହା ପରେ ଫିଲ୍ମର ମୋଟ କଲେକ୍ସନ ୪୨୫.୧୦ କୋଟି ପର୍ଯ୍ୟନ୍ତ ପହଞ୍ଚିଛି |

Leave a Reply

Your email address will not be published. Required fields are marked *