ଭାରତକୁ ବିକଶିତ ରାଷ୍ଟ୍ର ହେବାକୁ ଆଉ କେତେ (ଜିଡ଼ିପି) ଆବଶ୍ୟକ ଜାଣନ୍ତୁ….

ଆଜିର ଦିନରେ ଭାରତ ବହୁ ବଡ଼ ବଡ଼ ଦେଶ ମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ବାଣିଜ୍ୟ କରୁଛି । ଏହା ପରେବି ଭାରତ ବିକଶିତ ଦେଶ ହେବାର ଯାତ୍ରା ଲମ୍ବା ପରିଲିକ୍ଷିତ ହେଉଛି । ଯଦି ଭାରତ ବିକଶିତ ରାଷ୍ଟ୍ର ଭାବେ ସଫଳ ପାଇବାକୁ ଚାହୁଁଛି ତେବେ ତାକୁ ଦ୍ରୁତ ଗତିରେ ବିକାଶ କରିବାକୁ ହେବ । ଭାରତ ହାରାହାରି ୭.୬ ପ୍ରତିଶତ ଜିଡିପି ଅଭିବୃଦ୍ଧି ସହିତ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ଭାବେ ବିବେଚିତ ହୋଇପାରେ । ଭାରତୀୟ ରିଜର୍ଭ ବ୍ୟାଙ୍କର ଜୁଲାଇରେ ପ୍ରକାଶିତ ବୁଲେଟିନରେ ଏହାର ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ଅଗଷ୍ଟ ୧୫ ତାରଖରେ ଦେଶ ବାସୀଙ୍କୁ ସମ୍ବୋଧିତ କରିବା ସମୟରେ କହିଥିଲେ ଯେ ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ଭାବେ ନିଜକୁ ଗଢି ତୋଳିବ । ସେହିପରି ହରେନ୍ଦ୍ର ବେହେରା , ଏକ ବିକଶିତ ଅର୍ଥବ୍ୟବସ୍ଥା ହେବା ପାଇଁ ମୁଣ୍ଡପିଛା ଆୟର ଆବଶ୍ୟକ ସ୍ତର ହାସଲ କରିବା ପାଇଁ ଆଗାମୀ ୨୫ ବର୍ଷ ମଧ୍ୟରେ ଭାରତର ଜିଡିପି ବାର୍ଷିକ ୭.୬ ପ୍ରତିଶତ ବୃଦ୍ଧି ହେବା ଆବଶ୍ୟକ ବୋଲି ହରେନ୍ଦ୍ର ବେହେରା, ଧାନ୍ୟା ଭି, କୁନାଲ ପ୍ରିୟଦର୍ଶୀ ଏବଂ ସପନା ଗୋୟଲ ମତ ପ୍ରକାଶ କରିଛନ୍ତି । ତେବେ କେନ୍ଦ୍ରୀୟ ବ୍ୟାଙ୍କ କହିଛି ରିପୋର୍ଟରେ ମତ ଏବଂ ଆରବିଆଇ ମତରେ ଖାପ ଖାଉନାହିଁ ।

୨୦୨୨-୨୩ ରେ ଭାରତର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ଥିଲା। ଚଳିତ ଆର୍ଥିକ ବର୍ଷରେ ଏହା ୬.୫ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଆର୍ଟିକିଲରେ ଏହା ମଧ୍ୟ କୁହାଯାଇଛି ଯେ ଭାରତ ଏହାର ଶିଳ୍ପ କ୍ଷେତ୍ରକୁ ମଜବୁତ କରିବା ଆବଶ୍ୟକ ରହିଛି , ଯାହାଫଳରେ ଅର୍ଥନୈତିକ ଗଠନ ସନ୍ତୁଳିତ ହୋଇପାରିବ। ଏଥିପାଇଁ ୨୦୪୭-୪୮ ସୁଦ୍ଧା ଜିଡିପିରେ ଏହାର ଅଂଶକୁ ୩୫ ପ୍ରତିଶତକୁ ବୃଦ୍ଧି କରିବାକୁ ପଡିବ, ଯାହା ବର୍ତ୍ତମାନ ୨୫.୬ ପ୍ରତିଶତ ଅଟେ। ଯଦି ଆଗମୀ ବର୍ଷ ମାନଙ୍କରେ ଭାରତ ଏହି ସଂଖ୍ୟାକୁ ଛୁଇଁ ପାରିବ ତେବେ ସେ ମଧ୍ୟ ବିକଶିତ ରାଷ୍ଟ୍ର ମାନଙ୍କ ମଧ୍ୟରେ ବିବେଚିତ କରାଯିବା।

Leave a Reply

Your email address will not be published. Required fields are marked *