ଗୁଜରାଟ୍ ଟାଇଟାନ୍ସର ଅଧିନାୟକ ହେଲେ ଶୁଭମନ୍ ଗିଲ୍, ମୁମ୍ବାଇ ଫେରିଲେ ପାଣ୍ଡ୍ୟା

ଭୁବନେଶ୍ୱର : ଦୁନିଆର ସବୁଠୁ ବ୍ୟୟବହୁଳ କ୍ରିକେଟ୍ ଲିଗ୍ ଆଇପିଏଲ୍ ରେ ଏକ ବିରାଟ ଅଦଳବଦଳ ବା କାରବାର ହୋଇଛି। ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସର  ଅଧିନାୟକ ପଦ ଛାଡ଼ି ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି। ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ପରେ ଗୁଜରାଟ ଟାଇଟନ୍ସ ଶୁଭମନ ଗିଲଙ୍କୁ ଅଧିନାୟକ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ଗୁଜରାଟ ଟାଇଟାନ୍ସ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ ଦିନରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇପାରନ୍ତି ବୋଲି କୁହାଯାଉଛି। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ହାର୍ଦ୍ଦିକଙ୍କ ପାଇଁ ଗୁଜରାଟ ଦଳକୁ ପନ୍ଦର କୋଟି ଟଙ୍କା ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *