ଚମକିଲେ ତନୟା

ଭୁବନେଶ୍ୱର: ବିଦେଶ ମାଟିରେ କମାଲ୍ ଦେଖାଇଲେ କେନ୍ଦ୍ରିୟ ବିଦ୍ୟାଳୟ ନଂ-୧ ପ୍ରଥମ ଶ୍ରେଣୀର ଛାତ୍ରୀ ତନୟା ଦାସ ପଟ୍ଟନାୟକ ଦୃଢ ଇଛାଶକ୍ତି ନିଷ୍ଠା ଓ ଏକାଗ୍ରତା ଦ୍ବାରା ସବୁ ସମ୍ଭବ। ଏହାକୁ ପ୍ରମାଣିତ କରି ଦେଖାଇ ଛନ୍ତି ଏହେସାସ୍ ତାଇକଣ୍ଡୋ ଏକାଡେମୀର ଖେଳାଳି ସାତ ବର୍ଷର କୁନିଝିଅ ତନୟା ଦାସ ପଟ୍ଟନାୟକ। ସେ ବର୍ତ୍ତମାନ୍ କେନ୍ଦ୍ରିୟ ବିଦ୍ୟାଳୟ ନଂ- ୧ ର ପ୍ରଥମ ଶ୍ରେଣୀର ଛାତ୍ରୀ ।ସେ ଓଡ଼ିଶା ତାଇକଣ୍ଡୋ ସଂଘ ପକ୍ଷରୁ ଏବଂ ଭାରତୀୟଦଳର କୋଚ୍ ତଥା ଆନ୍ତର୍ଜାତୀୟ ତାଇକଣ୍ଡୋ କ୍ରୀଡାବିତ ଏହେସାସ୍ ହୋତାଙ୍କ ନେତୃତ୍ବ ରେ ଥାଇଲାଣ୍ଡ ଗସ୍ତ କରିଥିଲେ ।ଗତ ୧୦ରୁ ୧୨ରିଖ ପର୍ଯ୍ୟନ୍ତ ଥାଇଲାଣ୍ଡ ଆସୁମସନ୍ ବିଶ୍ୱ ବିଦ୍ୟାଳୟ, ବେଙ୍କକ୍ ଷ୍ଟାଡିୟମ ରେ ଅନୁଷ୍ଠିତ ହୋଇଥିବା ୭ମ ହିରୋ କପ୍ ତାଇକଣ୍ଡୋ ଚମ୍ପିୟାନ ସିପ୍ ରେ ୩୦ ଗୋଟି ଦେଶର ୩୫୦୦ ଖେଳାଳି ଅଂଶଗ୍ରହଣ କରି ଥିଲେ । ତେବେ ସବ୍ ଜୁନିଅର (ମହିଳା -କୌରଗୀ ) ବର୍ଗରେ ତନୟା ଦାସ ପଟ୍ଟନାୟକ ଋଷିଆନ୍ ଖେଳାଳିଙ୍କ ସାଥିରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରୌପ୍ୟପଦକ ହାସଲ କରିଛନ୍ତି ।ସେ ଭବିଷ୍ୟତ ରେ ଜଣେ ଭଲ ତାଇକୋଣ୍ଡ ଖେଳାଳି ହୋଇ ଭାରତ ର ସୁନାମ ବଢାଇବାକୁ ଲକ୍ଷ୍ୟ ରଖିଛନ୍ତି ।ତନୟା ହେଉଛନ୍ତି ଭୁବନେଶ୍ବର ଗୌରୀ ଗାର୍ଡେନ୍ ,ଗୌରୀ ନଗର ରେ ରହୁଥିବା ତନ୍ମୟ ଦାସ ଓ ଲୋପାମୁଦ୍ରା ପଟ୍ଟନାୟକ ଙ୍କ ଏକମାତ୍ର କନ୍ୟା ।