ଦୁଇଫାଳ ହେଲା ୧୨୭ ବର୍ଷର ପୁରୁଣା ‘ଗୋଦରେଜ୍ ‘ କମ୍ପାନୀ
ନୂଆଦିଲ୍ଲୀ:ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟତା ହାସଲ କରିଥିବା ଗୋଦରେଜ କମ୍ପାନୀର ବିଭାଜନ ଦେଖିବାକୁ ମିଳିଛି । ୧୨୭ ବର୍ଷ ପୁରୁଣା ଏହି କମ୍ପାନୀକୁ ୨ ଭାଗରେ ବଣ୍ଟା ଯାଇଛି । ଗୋଟିଏ ପଟେ ଆଦି ଗୋଦରେଜ୍ ଏବଂ ତାଙ୍କ ଭାଇ ଥିବାବେଳେ ଅନ୍ୟ ପଟେ ଆଦି ଗୋଦରେଜ୍ଙ୍କ ଦାଦାପୁଅ ସମ୍ପର୍କୀୟ ଭାଇ ଭଉଣୀ ଅଛନ୍ତି। ଏହି ଭାଗବଣ୍ଟା ବିଷୟରେ ସୂଚନା ଦେଇ ଗ୍ରୁପ୍ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଗୋଦରେଜ୍ ଗ୍ରୁପ୍ର ପାଞ୍ଚଟି କମ୍ପାନୀ ହେଉଛି ଗୋଦରେଜ୍ ଇଣ୍ଡଷ୍ଟ୍ରିଜ୍, ଗୋଦରେଜ୍ କଞ୍ଜ୍ୟୁମର ପ୍ରଡକ୍ଟ, ଗୋଦରେଜ୍ ପ୍ରପର୍ଟିଜ୍, ଗୋଦରେଜ୍ ଆଗ୍ରୋଭେଟ୍ ଏବଂ ଆଷ୍ଟେକ୍ ଲାଇଫ ସାଇନ୍ସେସ୍ । ଏହି କମ୍ପାନୀଗୁଡିକ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ । ଏହି ଭାଗବଣ୍ଟା ନେଇ ଉଭୟ ପରିବାର ମଧ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହି ଭାଗ ବଣ୍ଟା ପରେ ଆଦି ଗୋଦରେଜ୍ ଏବଂ ତାଙ୍କ ଭାଇ ନାଦିର ଗୋଟିଏ ଅଂଶ ପାଇଛନ୍ତି। ଗ୍ରୁପ୍ର ଅନ୍ୟ ଅଂଶ ଆଦି ଗୋଦରେଜ୍ଙ୍କ ସମ୍ପର୍କୀୟ ଜାମସେଦ ଗୋଦରେଜ୍ ଏବଂ ଦାଦାଝିଅ ଭଉଣୀ ଗୋଦରେଜ କୃଷ୍ଣାଙ୍କୁ ମିଳିଛି। ଏହି ବିଭାଜନ ପରେ ଉଭୟ ପରିବାର ଗୋଦରେଜ୍ ବ୍ରାଣ୍ଡ ବ୍ୟବହାର ଜାରି ରଖିବେ ।