ସ୍ଵର୍ଗଦ୍ଵାରରେ ଶବ ଦାହ ପାଇଁ ଆବଶ୍ୟକ ହେବନି କାଠ, ସରକାର ଆଣୁଛନ୍ତି ଏମିତି ନିୟମ
ଭୁବନେଶ୍ବର: ଶବ ଦାହ ପାଇଁ ଆଉ ଆବଶ୍ୟକ ହେବନି କାଠ। ଏଣିକି ସ୍ୱର୍ଗଦ୍ୱାରରେ ଗୋବର କାଠ ବା ଘସିରେ ହେବ ଅନ୍ତିମ ସଂସ୍କାର। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୋବରକୁ ଶବ ଦାହରେ ବ୍ୟବହାର କରାଯାଏ। ଏହାଦ୍ୱାରା କାଠ ବଦଳରେ ଗୋବରରେ ତିଆରି କାଠରେ ଶବ ଦାହ ହେବ। ସରକାର ଏ ନେଇ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଖୁବ ଶୀଘ୍ର ବିଚାର ବିମର୍ଶ କରି ସ୍ୱର୍ଗଦ୍ୱାରରୁ ଏହି ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।
ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୋବରକୁ ଶବ ଦାହରେ ବ୍ୟବହାର କରାଯାଏ। ଏହାଦ୍ୱାରା କାଠ ବଦଳରେ ଗୋବରରେ ତିଆରି କାଠରେ ଶବ ଦାହ ହେବ। ସରକାର ଏ ନେଇ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଖୁବ ଶୀଘ୍ର ବିଚାର ବିମର୍ଶ କରି ସ୍ୱର୍ଗଦ୍ୱାରରୁ ଏହି ପଦକ୍ଷେପ ନେବେ ସରକାର| ଏହା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।