ଗୋଲକ ଏହି ଜିଲ୍ଲା ବିଜେପି ସଭାପତିଙ୍କୁ ଶୁଭେଚ୍ଛା ଜଣାଇଲେ ନାହିଁ କାହିଁକି…

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଉତ୍ତରାଧିକାରୀ ଖୁବଶୀଘ୍ର ଘୋଷଣା ହେବାକୁ ଯାଉଛି। ଏହା ପୂର୍ବରୁ ରାଜ୍ୟ ଗୁଡିକର ସଭାପତିଙ୍କ ନାମ ଘୋଷଣା କରାଯିବ। ରାଜ୍ୟ ସଭାପତି ଗୁଡିକ ଘୋଷଣା ପୂର୍ବରୁ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯିବ। ଏହି କ୍ରମରେ ଓଡ଼ିଶାରେ ପ୍ରାୟ 37 ସାଙ୍ଗଠନିକ ଜିଲ୍ଲା ରହିଛି। ଯାହାର ସଭାପତିମାନଙ୍କ ନାମ ପ୍ରଥମେ ଘୋଷଣା କରାଯିବ। ଏହି କ୍ରମରେ ଦୁଇଦିନ ପୂର୍ବରୁ ବିଜେପି ୨୩ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଆଉ ଏଗାର ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରାଯାଇନାହିଁ। ତେଣୁ ଶାସକ ଦଳ ମଧ୍ୟରେ ସଂଗଠନ ଅକ୍ତିଆର ନେଇ ଏକ ଶୀତଳ ଯୁଦ୍ଧ ଲାଗି ରହିଛି। ଏହି କ୍ରମରେ ସାମାଜିକ ଗଣମାଧ୍ୟମରେ ଆଉ ଏକ ରୋଚକ କଥା ଦେଖିବାକୁ ମିଳିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀର ବଡ଼ ଚେହେରା ଗୋଲକ ମହାପାତ୍ର ସଭାପତି ଚୟନ ପରେ ୨୩ ଜଣଙ୍କ ମଧ୍ୟରୁ ୧୭ ଜଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବାକି ଜଣଙ୍କୁ ଜଣାଇନାହାନ୍ତି। ତେଣୁ ଏହି ସାମାଜିକ ଗଣମାଧ୍ୟମ ପୋଷ୍ଟର ପୋଷ୍ଟମର୍ଟମ ବିଜେପି ଶିବିରରେ ଚାଲିଛି। ଯାହାକୁ ଶୁଭେଚ୍ଛା ଜଣାଗଲା ସେ କଣ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀର। ବାକି ତକ ଅପର ଗୋଷ୍ଠୀର। ସେ ନେଇ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *