ପିଏମ କିଷାନ ଯୋଜନାର ହିତାଧିକାରୀମାନଙ୍କ ପାଇଁ ଖୁସି ଖବର ପେବୃଆରୀ ମାସ ଶେଷରେ ପାଇବେ ୧୬ତମ କିସ୍ତି

ଦେଶର ସବୁ କୃଷକ ଭାଇମାନଙ୍କ ପାଇଁ ଆସିଛି ଖୁସି ଖବର । ସେମାନଙ୍କ ବ୍ୟାଙ୍କ ସଞ୍ଚୟ ଖାତାକୁ ଖୁବ ଶୀଘ୍ର ପିଏମ କିଶାନ ଯୋଜନାର ୧୬ତମ କିସ୍ତି ଆସିବାକୁ ଯାଉଛି । ଏହି ମାସ ଶେଷ ସପ୍ତାହରେ ଏହା ସଞ୍ଚୟ ଖାତାକୁ ଆସିବ ବୋଲି କୁହାଯାଉଛି। ଦେଶର ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଏହି ଯୋଜନାରେ ହୋଲି ପୂର୍ବରୁ ୧୬ତମ କିସ୍ତିର ୨ ହଜାର ଟଙ୍କା ଏହି ୬ ଦିନ ମଧ୍ୟରେ ମିଳିବ ବୋଲି ଜଣା ପଡିଛି । ସୋସିଆଲ ମିଡ଼ିଆ ଏକ୍ସରେ ପିଏମ କିଷାନ ଯୋଜନା ଆକାଉଣ୍ଟରେ ଏ ସମ୍ପର୍କରେ ହିତାଧିକାରୀଙ୍କ ପାଇଁ ସୂଚନା ପ୍ରଦାନ କରାଯାଇଛି।
ହିତାଧିକାରୀମାନେ ପିଏମ କିଷାନ ଯୋଜନାର ୱେବସାଇଟ(PM କିଶାନ ସମ୍ନାନ ନିଧି ଯୋଜନା) ରେ କିସ୍ତିର ସ୍ଥିତି ଯାଞ୍ଚ କରିପାରିବେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ୱେବସାଇଟରେ ଥିବା ବେନିଫିସିୟାରୀ ଅପସନ୍ ରେ କ୍ଲିକ୍ କରି ଏହା ପରେ ପଞ୍ଜିକରଣ ନମ୍ବର ଅବା ଫୋନ ନମ୍ବର ଦେବା ପରେ ଆସୁଥିବା କ୍ୟାପଚା କୋଡ ଏଣ୍ଟ୍ରି କରି ସବମିଟ କଲେ କିସ୍ତିର ଟଙ୍କା ପହଞ୍ଚିଛି କି ନାହିଁ ଅବା କେଉଁଠି ଅଟକି ରହିଛି ସେ ନେଇ ସବିଶେଷ ସୂଚନା ହିତାଧିକାରୀମାନେ ପାଇ ପାରିବେ ।

Leave a Reply

Your email address will not be published. Required fields are marked *