ଗୌତମ ଆଦାନୀ କଲେ ୪୨୬ କୋଟି ଟଙ୍କାର ବଡ଼ ସପିଂ, କିଣିଲେ ଏହି ସିମେଣ୍ଟ କମ୍ଫାନୀ …

ସୁପ୍ରିମ୍ କୋର୍ଟରୁ ବଡ଼ ଆଶ୍ୱସ୍ତି ପାଇବା ପରେ ଗୌତମ ଆଦାନୀ ଆକ୍ସନ ମୁଡରେ ଅଛନ୍ତି। ଆଦାନୀ ଗ୍ରୁପ୍ ମାଲିକାନାରେ ଥିବା ଏସିସି ଲିମିଟେଡ୍ ସୋମବାର ଏସିଆନ୍ କଂକ୍ରିଟ୍ସ ଆଣ୍ଡ  ସିମେଣ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ରର ଅବଶିଷ୍ଟ ୫୫% ଅଂଶୀଦାର ଅଧିଗ୍ରହଣ କରିବାକୁ ଘୋଷଣା କରିଛି। ଏହି ଅଂଶଧନର ମୂଲ୍ୟ ୪୨୫.୯୬ କୋଟି ଟଙ୍କା ରହିଛି। ତେବେ ପୂର୍ବରୁ  ୪୫ ପ୍ରତିଶତ ଅଂଶୀଦାର ଏସିସି ପାଖରେ ରହିଥିଲା । ସେଥିପାଇଁ ଏବେ ଏସିସି ପାଖରେ ଏସିସିପିଏଲର ଶତ ପ୍ରତିଶତ ଅଂଶୀଦାର ରହିଛି ।

ହିମାଚଳ ପ୍ରଦେଶର ନାଲାଗଡ଼ଠାରେ ଏସିଆନ କଂକ୍ରିଟ ଆଣ୍ଡ ସିମେଣ୍ଟର ବାର୍ଷିକ ୧୩ ଲକ୍ଷ୍ୟ ଟନ୍ କ୍ଷମତା ବିଶିଷ୍ଟ କାରଖାନା ରହିଛି। ଏହାର ସହାୟକ ସଂସ୍ଥା ଏସିଆନ୍ ଫାଇନ୍ ସିମେଣ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ (ଏଏଫ୍ ସିପିଏଲ୍)ର ପଞ୍ଜାବର ରାଜପୁରାରେ ବାର୍ଷିକ ୧୫ ଲକ୍ଷ୍ୟ ଟନ୍ କ୍ଷମତା ବିଶିଷ୍ଟ ଏକ କାରଖାନା ରହିଛି। ଆଦାନୀ ଗ୍ରୁପ୍ ଗତବର୍ଷ ଏସିସିର ଅଧିଗ୍ରହଣ ଶେଷ କରିଥିଲା। ଗୌତମ ଆଦାନୀଙ୍କ ପୁଅ କରନ ଆଦାନି ଏହି ବ୍ୟବସାୟର ତଦାରଖ କରୁଛନ୍ତି।

ଜାନୁଆରି ୮ ତାରିଖରେ ଅନୁଷ୍ଠିତ ବୈଠକରେ କଂପାନିର ବୋର୍ଡ ଏସିସିପିଏଲ୍ ଅଧିଗ୍ରହଣକୁ ଅନୁମୋଦନ କରିଥିଲା । ଏସିସି ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କପୁର କହିଛନ୍ତି, ଏହି ଅଧିଗ୍ରହଣ ସହିତ ଆମେ ଆମର ଅଭିବୃଦ୍ଧି ପଥକୁ ଆଗକୁ ବଢ଼ାଉଛୁ। ଆମର ପୋର୍ଟଫୋଲିଓକୁ ସମୃଦ୍ଧ କରିବା ଏବଂ ଆମର ସମସ୍ତ ଅଂଶୀଦାରଙ୍କ ପାଇଁ ମୂଲ୍ୟ ସୃଷ୍ଟି ଦିଗରେ ଆମର ଯାତ୍ରାକୁ ତ୍ୱରାନ୍ୱିତ କରୁଛୁ ।

Leave a Reply

Your email address will not be published. Required fields are marked *