ଭାରତର ହେଡ କୋଚ୍ ଗୌତମ ଗମ୍ଭୀରଙ୍କୁ ଡରାଇଲାଣି ପରାଜୟର ଭୟ

ଭାରତୀୟ ଦଳ ବିଶ୍ଵକପ ଜିତି ସାରିବା ପରେ ରାହୁଲ ଦ୍ରାବିଡ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ଵରୁ ଅବସର ନେଇଛନ୍ତି। ତାଙ୍କ ସ୍ଥାନ ପୂରଣ କରିବା ପାଈଁ ବିସିସିଆଇ ଭାରତର ପୂର୍ବତନ ବାମହାତୀ ଓପନର ଗୌତମ ଗମ୍ଭୀରଙ୍କୁ ହେଡ୍ କୋଚ ଭାବେ ମନୋନୀତ କରିଛି। ବିଭିନ୍ନ ସମୟରେ ନିଜ ଟିପ୍ପଣୀ ପାଇଁ ଚର୍ଚ୍ଚାରେ ରହୁଥିବା ଗମ୍ଭୀରଙ୍କୁ କିନ୍ତୁ ପରାଜୟର ଭୟ ଡରାଇଲାଣି। ଆମେ ଏଥି ପାଇଁ ଏହା କହୁଛୁ ୨୭ ଜୁଲାଇରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ଗସ୍ତ ପାଇଁ ଖେଳାଳି ତାଲିକା ଘୋଷଣା କରାଯାଇଛି । ଟି -୨୦ ରେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଦାୟିତ୍ଵ ମିଳିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଏହି ଗସ୍ତରୁ ବିଶ୍ରାମ ଚାହୁଁଥିବା ଦଳର ବରିଷ୍ଠ ଖେଳାଳି ମାନଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି। ପୂର୍ବରୁ ୩ ବରିଷ୍ଠ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଓ ଦ୍ରୁତ ବୋଲର ଜସ୍ପ୍ରିତ ବୁମରା ବିସିସିଆଇକୁ ଛୁଟି ପାଇଁ ଆବେଦନ କରିଥିଲେ। କିନ୍ତୁ ସୂଚନାଯୋଗ୍ୟ ଯେ ଗୌତମ ଏହି ଗସ୍ତ ପାଇଁ ଖେଳାଳି ତାଲିକା ଘୋଷଣା ପୂର୍ବରୁ ରୋହିତ ଓ ବିରାଟଙ୍କୁ ଖେଳିବାକୁ ନିବେଦନ କରିଥିଲେ। ଯେଉଁଥି ପାଇଁ ଏବେ ଗମ୍ଭୀରଙ୍କ ଏପରି ଏକ କାର୍ଯ୍ୟଶୈଳୀ ଉପରେ କ୍ରିକେଟ ପ୍ରେମୀ ପ୍ରଶ୍ନ ଉଠାଉଛନ୍ତି । ଏବଂ ଗମ୍ଭୀରଙ୍କୁ ପରାଜୟର ଭୟ ଡରାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।