ଆଜି ରାତି ୧୨ଟା ଭିତରେ କରନ୍ତୁ ଆବେଦନ…ନଚେତ ହରାଇବେ ଏହି ସରକାରୀ ଚାକିରୀ…

ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଡାକ୍ତର (ମେଡିକାଲ ଅଫିସର) ପଦବୀ ପାଇଁ ନିଯୁକ୍ତି ପାଇଁ ବିଞପ୍ତି ପ୍ରକାଶ ପାଇଛି। ରାଜ୍ୟର ବିଭିନ୍ନ ଡାକ୍ତରଖାନା ପାଇଁ ୭ ହଜାର ୨୭୬ ଜଣ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ମିଳିବ।ଏହି ନିଯୁକ୍ତି ପାଇଁ ହେବାକୁ ଥିବା ପରୀକ୍ଷା ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ପ୍ରାର୍ଥୀମାନଙ୍କୁ ଓଡ଼ିଶା ମେଡିକାଲ ସର୍ଭିସ (ଗ୍ରୁପ୍-ଏ) ଅନ୍ତର୍ଗତ ନିଯୁକ୍ତି ମିଳିବ।
• ଏହି ପଦବୀ ପାଇଁ ଏବେ ଅନଲାଇନ ଆବେଦନ ଜାରି ରହିଛି। ସେପ୍ଟେମ୍ବର ମାସ ୧୮ ତାରିଖ ବା ଆଜି ଆପଣ ଆବେଦନ କରିପାରିବେ । ଯଦି ଆପଣମାନେ ଏହି ପଦବୀ ପାଇଁ ଆଗ୍ରହୀ ଅଚନ୍ତି ତେବେ ଜାଣନ୍ତୁ କେମିତି କରିବେ ଆବେଦନ । ତେବେ ଏହି ଚାକିରୀ ପାଇଁ ମୋଟ ୭,୨୭୬ ମେଡିକାଲ ଅଫିସର ପଦବି ବାହାରଛି । ତେବେ ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ଆପଣଙ୍କ ବୟସ ୨୧ ବର୍ଷରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ତାସହିତ ଯେକୌଣସି ମେଡିକାଲ କଲେଜରୁ ‘ଏମବିବିଏସ’ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।

ଚୟନ ପ୍ରକ୍ରିୟା
• ଓପିଏସସି ପକ୍ଷରୁ ମେଡିକାଲ ଅଫିସର ପଦବୀଗୁଡ଼ିକ ପାଇଁ ପରୀକ୍ଷା କରାଯିବ
• ପରୀକ୍ଷା ପରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନଙ୍କ ମେରିଟ ଲିଷ୍ଟ ବାହାର କରାଯିବ
• ମେରିଟ ଲିଷ୍ଟ ଅଧାରରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି ମିଳିବ

କେମିତି କରିବେ ଆବେଦନ
• ଓପିଏସସିର ୱେବସାଇଟ୍ www.opsc.gov.inକୁ ଯାଆନ୍ତୁ
• ୱେବସାଇଟ୍ ଭିତରେ ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ
• ଏହାପରେ ସେଠାରେ ଲଗ ଇନ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
• ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

Leave a Reply

Your email address will not be published. Required fields are marked *