ହାର୍ଦ୍ଧିକ ପାଣ୍ଡ୍ୟା ୨୦୦ ରନ ଓ ୫୦ ୱିକେଟର ଅଧିକାରୀ।

ଅହମଦାବାଦ, ୧୭/୪:ବାଦରବିବାର ଆଇପିଏଲ ର ୧୬ ତମ ସଂସ୍କରଣ ରେ ଖେଳା ଯାଇଥିବ ୨୩ ତମ ମ୍ୟାଚରେ ଏକ ବଡ ରେକର୍ଡ ର ଅଧିକାରୀ ହୋଇଛନ୍ତି ହାର୍ଦ୍ଧିକ ପାଣ୍ଡ୍ୟା। ରାଜସ୍ଥାନ ବିପକ୍ଷ ମ୍ୟାଚ୍ ରେ ୨୦୦୦ ରନ୍ ଏବଂ ୫୦ ଟି ୱିକେଟ ନେଇ ଆଇପିଏଲରେ ଦିତୀୟ ଭାରତିୟ ଖେଳାଳି ଭାବେ ଇଲିଏଟ୍ ଗ୍ରୁପ୍ ତାଲିକାରେ ନିଜର ନାମ ପକ୍କା କରିଛନ୍ତି ପାଣ୍ଡ୍ୟା। ପୁର୍ବରୁ ପ୍ରଥମ ଭାରତୀୟ ଭାବେ ଏହି କିର୍ତ୍ତିମାନ୍ କେବଳ ଚେନ୍ନାଇର ଅଲ୍ ରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ନାମ ରେ ରହିଥିଲା। ସେହିପରି ସେନ୍ ୱାଡସନ, ଆନ୍ଦ୍ରେ ରସଲ୍, କିରନ୍ ପୋଲାର୍ଡ ଏବଂ ଜେକ୍ସ କାଲିଶଙ୍କ ନାମରେ ଏହି କୀର୍ତ୍ତିମାନ ରହିଛି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ଅଶ୍ୱିନଙ୍କୁ ୮ତମ ଓଭର ହାର୍ଦ୍ଧିକ ପାଣ୍ଡ୍ୟା ଏକ ଛକା ମାରି ଏହି ରେକର୍ଡର ଅଧିକାରୀ ହେଇଛନ୍ତି। ଏହି ମ୍ୟାଚ୍ ରେ ରାଜସ୍ଥାନ ରୟାଲ୍ସ ପ୍ରଥମେ ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲେ। ସେହିପର ଗୁଜରାଟ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ାରିତ ୨୦ ଓଭରରେ ୧୭୮ ରନର ଲକ୍ଷ୍ୟ ବିପକ୍ଷ ଦଳ ଆଗାରେ ରଖିଥିଲା। ରାଜସ୍ଥାନ ବୋଲିଂ ଲାଇନ ପକ୍ଷରୁ ସନ୍ଦୀପ ଶର୍ମା ୨ଟି ୱିକେଟ୍ ନେଇଥିବବେଳେ ୟୁଜିବିନ୍ଦ୍ର ଚାହଲ, ଆଡ଼ାମ ଯାମ୍ପା ଓ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଲେଖାଏଁ ୱିକେଟ୍ ନେବାରେ ସଫଳ ହୋଇଥିଲେ। ଦିତୀୟ ପାଳିରେ ବ୍ୟାଟିଂ କରୁଥିବା ରାଜସ୍ଥାନ ତାର ୭ ଟି ୱିକେଟ ହରାଇ ୧୯ ଓଭର ୨ଟି ବଲରେ ଏହି ଲକ୍ଷକୁ ସଫଳ ଭାବେ ପୁରାଣ କରିଥିଲା। ସିମରନ ହେଟମାୟାର ଅପରାଜିତ ୨୬ ଟି ବଲରେ ୫୬ ରନ କରି ପ୍ଲୟର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ରାଜସ୍ଥାନ ତାର ୫ଟି ମ୍ୟାଚ୍ ରୁ ୪ଟିରେ ବିଜୟ ଲାଭ କରି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ସେହିପରି ପୂର୍ବ ବର୍ଷର ବିଜେତା ଗୁଜରାଟ ତାର ୫ଟି ରୁ ୩ଟି ମ୍ୟାଚ୍ ରେ ଜିତି ତୃତୀୟ ସ୍ଥାନରେ ରହିଛି।

Leave a Reply

Your email address will not be published. Required fields are marked *