ଟି -୨୦ ରେ ରୋହିତଙ୍କ ପରେ ଭାରତର ମଙ୍ଗ ସମ୍ଭାଳିବେ ପାଣ୍ଡ୍ୟା…

ଜୁଲାଇ ୨୭ରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଭାରତ ମଙ୍ଗ ସମ୍ଭାଳିବେ ଅଲାରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । କିନ୍ତୁ ଟି-୨୦ ବିଶ୍ୱକପର ହିରୋ ପାଣ୍ଡ୍ୟା ଶ୍ରୀଲଙ୍କା ବିପକ୍ଷ ୩ ଟିକିଆ ଦିନିକିଆ ସିରିଜରେ ନଜର ଆସିବେ ନାହିଁ। ସେ ଅଗଷ୍ଟ ମାସରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍‌ରେ ବ୍ୟକ୍ତିଗତ କାରଣ ପାଇଁ ଅନୁପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

ରୋହିତ ଶର୍ମା ବିଶ୍ୱକପ ଜିଟି ସାରିବା ପରେ ଆନ୍ତର୍ଜାତୀୟ ଟି -୨୦ ରୁ ଅବସର ନେଇଥିଲେ। ଏହା ପରେ ପ୍ରଶ୍ନ ଉଠିଥିଲା ଏହି ଫର୍ମାଟରେ ଦଳର ଦାୟିତ୍ୱ କିଏ ନେବ? ଯାହାର ଉତ୍ତର ଏବେ ମିଳିସାରିଛି। ଶ୍ରୀଲଙ୍କା ବିପକ୍ଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ୨୭ରୁ ୩୦ଜୁଲାଇ ପର୍ଯ୍ୟନ୍ତ ପଲ୍ଲେକେଲରେ ଖେଳାଯିବ। ତା’ପରେ କଲମ୍ବୋରେ ୨ରୁ ୭ଅଗଷ୍ଟ ପର୍ଯ୍ୟନ୍ତ ଦିନିକିଆ ମ୍ୟାଚ୍ ଖେଳାଯିବ।
ପାଣ୍ଡ୍ୟା ଅଧିନାୟକ ହେଲେ ଉପଅଧିନାୟକ କିଏ ହେବେ, ତାହା ସ୍ପଷ୍ଟ ହୋଇନାହିଁ।

Leave a Reply

Your email address will not be published. Required fields are marked *