ଅଲଗା କି ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ?…
ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ତଥା ଭାରତୀୟ ଦଳର ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଖାଲି ଖେଳରେ ନୁହେଁ ବରଂ ନିଜର ବ୍ୟକ୍ତିଗତ ଜୀବନରେ ମଧ୍ୟ ଖରାପ ସମୟ ଦେଇ ଗତି କରୁଛନ୍ତି। ଚଳିତ ବର୍ଷ ତାଙ୍କ ଦଳ ମୁମ୍ୱାଇ ଖରାପ ପ୍ରଦର୍ଶନ କରି ଆଇପିଏଲ୍ ୨୦୨୪ରୁ ବାହାରିବା ପରେ ବର୍ତ୍ତମାନ ତାଙ୍କ ବୈବାହିକ ଜୀବନରେ ଦେଖା ଦେଇଛି ଅଶାନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ପରସ୍ପରକୁ ଛାଡପତ୍ର ଦେବାକୁ ଯାଉଛନ୍ତି। ତେବେ ଏ ସମ୍ପର୍କରେ ଦୁହେଁ କୌଣସି ଘୋଷଣା କରିନଥିବା ବେଳେ ସୋସିଆଲ ମିଡିଆରୁ ଏହା ସ୍ପଷ୍ଟ ହୋଇଛି | ନତାଶା ନିଜ ନାମରୁ ପାଣ୍ଡ୍ୟା ହଟାଇବା ସହ ସ୍ୱାମୀଙ୍କ ସହ ସବୁ ଫଟୋ ହଟାଇ ଦେଇଛନ୍ତି | ଏହାକୁ ଦେଖିବା ପରେ ଦୁହିଁଙ୍କ ମଧ୍ୟରେ କିଛି ଠିକ ନଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି |