ମୁମ୍ବାଇ ପ୍ରଶଂସକଙ୍କ ପାଇଁ ଖୁସି ଖବର , ରୋହିତଙ୍କୁ ମିଳିପାରେ ପୁଣି ଅଧିନାୟକ ପଦ …

ଆଇପିଏଲ୍ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କିଛି ଠିକ୍ ହେଉନାହିଁ। ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇବା ପରେ ପ୍ରଶଂସକମାନେ ମୁମ୍ବାଇ ଇଣ୍ଡିଆନ୍ସର ମ୍ୟାନେଜମେଣ୍ଟ ଉପରେ ନିରାଶ ହୋଇଛନ୍ତି। ଏବେ ଦଳର ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଯାହା ଅନୁସାରେ ହାର୍ଦ୍ଦିକଙ୍କ ପାଇଁ ଆଇପିଏଲ ୨୦୨୪ରେ ଖେଳିବା କଷ୍ଟକର । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ଅପଡେଟ୍ ଆସିବା ପରେ ପ୍ରଶଂସକମାନେ ଆଶା ରଖିଛନ୍ତି ଯେ ରୋହିତ ଶର୍ମା ପୁଣି ଥରେ ଦଳର ଅଧିନାୟକ ଦାୟିତ୍ୱ ନେଇପାରନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକତ୍ୱ ପାଇବା କାରଣରୁ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି। ଏବେ ତାଙ୍କୁ ନେଇ ଏକ ବଡ଼ ଅପଡେଟ୍ ପୁଣି ଚର୍ଚ୍ଚାକୁ ଜୋରଦାର କରିଛି। ବାସ୍ତବରେ ହାର୍ଦ୍ଦିକ ପାଣ୍ଡ୍ୟା ଦିନିକିଆ ବିଶ୍ୱକପ୍ ୨୦୨୩ରେ ଆହତ ହୋଇଥିବାରୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିଲେ। ଗୋଡ଼ରେ ଆଘାତ ଲାଗିଥିବାରୁ ହାର୍ଦ୍ଦିକଙ୍କୁ ଦଳରୁ ବାଦ୍ ପଡ଼ିଥିଲା। ସେହି ଆଘାତରୁ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ବିଶ୍ୱକପ୍ ରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ ରେ ତାଙ୍କୁ ଶେଷ ଥର ପାଇଁ ଆକ୍ସନରେ ଦେଖିବାକୁ ମିଳିଥିଲା ଏବଂ ସେହି ମ୍ୟାଚ୍ ରେ ସେ ଆହତ ହୋଇଥିଲେ। ଆଫଗାନିସ୍ତାନ ଟି-୨୦ ସିରିଜ୍ ପୂର୍ବରୁ ହାର୍ଦ୍ଦିକ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଥିଲା, କିନ୍ତୁ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଅଲରାଉଣ୍ଡରଙ୍କ ପାଇଁ ଉଭୟ ଟି-୨୦ ସିରିଜ୍ ଏବଂ ଏପରିକି ଆଇପିଏଲରେ ଭାଗ ନେବା କଷ୍ଟକର। ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ହାର୍ଦ୍ଦିକଙ୍କ ଫିଟ୍ ନେସ୍ ସ୍ଥିତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅପଡେଟ୍ ହୋଇନାହିଁ ଏବଂ ସେ କେବେ ଫେରିବେ ତାହା କହିବା ଅତ୍ୟନ୍ତ କଷ୍ଟକର।ତେବେ ସେ ଆଇପିଏଲ ୨୦୨୪ ଖେଳିବେ କି ନାହିଁ ତାହା ଏନସିଏ ସ୍ଥିର କରିବେ ।

Leave a Reply

Your email address will not be published. Required fields are marked *