ବଢିଲା ହରିଶ୍ଚନ୍ଦ୍ର ସହାୟତା ରାଶି; ପ୍ରତି ପଞ୍ଚାୟତ ପାଇଁ ରିଭଲଭିଂ ପାଣ୍ଠି ୧୫ ହଜାରକୁ ବୃଦ୍ଧି।

ଭୁବନେଶ୍ବର;୧୫/୪(ବ୍ୟୁରୋ); ରାଜ୍ୟ ସରକାର ହରିଶ୍ଚନ୍ଦ୍ର ସହାୟତା ରାଶି ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି ରାଶିକୁ ବଢିଆ ଯାଇଛି। ଗ୍ରାମାଞ୍ଚଳ ପାଇଁ ୨ ହଜାରରୁ ୩ ହାଜର ଟଙ୍କା ଏବଂ ସହରଂଚଳ ଓ ପୁରୀ ସ୍ବର୍ଗଦ୍ବାର ପାଇଁ ୩ ହଜାରରୁ ୪ ହଜାର ଟଙ୍କାର ବୃଦ୍ଧି କରାଯାଇଛି। ଏଥିପାଇଁ ସବୁ ଗ୍ରାମାଞ୍ଚଳ ପାଇଁ ଏକ ରିଭଲଭିଂ ଫଣ୍ଡ ଖୋଲାଯାଇ ୧୫ ହଜାର ଟଙ୍କା ଲେଖଏଁ ଦିଆଯାଇଛି। ଗରିବ ଲୋକ ଯେପରି ତାଙ୍କ ପ୍ରୀୟଜନଙ୍କ ଅନ୍ତେଷ୍ଟିକ୍ରୀୟା କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ହରିଶ୍ଚନ୍ଦ୍ର ଯୋଜନା। ଏହି ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭରଣା କରାଯିବ। ସାରା ରାଜ୍ୟରେ ସମସ୍ତ ପଞ୍ଚାୟତର ରିଭଲଭିଂ ଫଣ୍ଡ ପାଇଁ ୧୦ କୋଟି ୧୯ ଲକ୍ଷ ୧୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମଞ୍ଜୁର କରାଯାଇଛି। ଏହି ନୂଆ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ଗ୍ରାମ ପଞ୍ଚାୟତ ଏକ୍ସଟେନସନ୍ ଅଫିସର କିମ୍ବା ଅନ୍ୟ କୌଣସି ବ୍ଲକସ୍ତରୀୟ ଏକ୍ସଟେନସନ୍ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । ବର୍ଦ୍ଧିତ ସହାୟତା ପାଇଁ ଯୋଜନାର ସଫ୍ଟୱାରରେ ଆବଶ୍ୟକ ପରିବର୍ତ୍ତନ କରାଯିବା ସହିତ ଜିଲ୍ଲାୱାରୀ ଗ୍ରାମପଞ୍ଚାୟତ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇସାରିଛି ।