ବିପଦରେ ହରିୟାଣା ସରକାର ! ବିଜେପିରୁ ସମର୍ଥନ ପ୍ରତ୍ୟାହାର କରି କଂଗ୍ରେସକୁ ସମର୍ଥନ ଜଣାଇଲେ ଏହି ୩ ବିଧାୟକ…

ଲୋକସଭା ନିର୍ବାଚନ ଭିତରେ ହରିଆଣାରେ କ୍ଷମତାରେ ଥିବା  ବିଜେପି ସରକାରକୁ ଲାଗିଛି ଝଟକା । ପୂର୍ବରୁ ବିଜେପି ଓ ଜେଜେପିର ମିଳିତ ମେଣ୍ଟରେ ହରିୟାଣାରେ ସରକାର ଗଠିତ ହେଇଥିଲା। ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି ୩ ସ୍ୱାଧୀନ ବିଧାୟକ। ଏହାପରେ ନାୟବ ସିଂ ସଇନିଙ୍କ ନେତୃତ୍ୱାଧୀନ ସରକାର ପ୍ରତି ବଢିଲା ସଂକଟ। ସମର୍ଥନ ପ୍ରତ୍ୟାହାର ଘୋଷଣା କରିଥିବା ୩ ସ୍ୱାଧୀନ ବିଧାୟକ ହେଲେ ସୋମବୀର ସାଙ୍ଗୱାନ, ରଣଧୀର ଗୋଲେନ୍ ଓ ଧର୍ମପାଲ ଗୋଣ୍ଡର।

ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁଡା ଓ ରାଜ୍ୟ ପିସିସି ସଭାପତି ଉଦୟ ଭାନଙ୍କ ସହ ପ୍ରେସମିଟରେ ବିଜେପି ସରକାରକୁ ସମର୍ଥନ ପ୍ରତ୍ୟାହାର ସହ କଂଗ୍ରେସକୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି ଏହି ତିନି ବିଧାୟକ । କୃଷକ ସମସ୍ୟା ସହ ଅନେକ ପ୍ରସଙ୍ଗରେ ବିଜେପି ସରକାର ଉପରେ ସେମାନେ ଖୁସି ନଥିବା କହିଛନ୍ତି । ଏଥିପାଇଁ ସମର୍ଥନ ପ୍ରତ୍ୟାହାର ନିଷ୍ପତ୍ତି ନେଇଥିବା କହିଛନ୍ତି। ସେପଟେ ବାଦଶାହପୁର ବିଧାୟକ ରାକେଶ ଦୌଲତାବାଦ ମଧ୍ୟ କଂଗ୍ରେସକୁ ସମର୍ଥନ କରିପାରନ୍ତି ବୋଲି ଜଣାପଡିଛି ।
ଅନ୍ୟପକ୍ଷରେ କଂଗ୍ରେସ ରାଜ୍ୟ ସଭାପତି ଉଦୟଭାନ କହିଛନ୍ତି, ବିଜେପି ହରିଆଣାରେ ଜେଜେପି ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ସରକାର ଚଳାଉଥିଲା। କିନ୍ତୁ ଆଜି ବିଜେପି ସରକାରଙ୍କ ପାଖରେ ଆଉ ସଂଖ୍ୟା ଗରିଷ୍ଠତା ନାହିଁ। ତେଣୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିଦେବା ଉଚିତ।

Leave a Reply

Your email address will not be published. Required fields are marked *