ବଢିବ ଖରା, ପୁଣି କଲବଲ କରିବ ତାତି

ପୁଣି କଲବଲ କରିବ ତାତି ! ଆଗାମୀ ଦୁଇ ତିନି ଦିନ ମଧ୍ୟରେ ତାପମାତ୍ରା ୩ ଡିଗ୍ରୀରୁ ୫ ଡିଗ୍ରୀ ବଢିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗାମୀ ୨୪ ଘଣ୍ଟା ଗୁଳୁଗୁଳି ସ୍ଥିତି ରହିବ ଏବଂ ତାପମାତ୍ରା ବି ବୃଦ୍ଧି ପାଇବ। ୨୯ ଏବଂ ୩୦ ତାରିଖରେ ୪ ଜିଲ୍ଲାରେ ଗ୍ରୀଷ୍ଣ ପ୍ରବାହ ଜାରି ରହିବ। ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ଓ ନୂଆପଡାରେ ତାତି ବଢିବା ନେଇ ସୂଚନା ମିଳିଛି। ୩୦ ରୁ ୧ ମଧ୍ୟରେ କିଛି ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ପବନ ହୋଇପାରେ। ଅନ୍ୟପଟେ ଆସନ୍ତା ୫ ଦିନ ମଧ୍ୟରେ ମୌସୁମୀ କେରଳ ଛୁଇଁବ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ-ନିକୋବର ପହଞ୍ଚି ସାରିଛି। ଏହା ଆସନ୍ତା ମେ’ ୩୧ କିମ୍ବା ଜୁନ୍ ୧ ତାରିଖରେ କେରଳ ଉପକୂଳ ଛୁଇଁବ ବୋଲି ଆଇଏମଡି କହିଛି।