ବିଶ୍ବକପରେ ଅନ୍ୟ ଦଳ ମାନଙ୍କ ପାଇଁ ବିପଦ ଆଣିପାରନ୍ତି ଏହି ଖେଳାଳି …

ଦିନିକିଆ ବିଶ୍ବକପ ପାଇଁ ଆଉ ବାକି ରହିଲା କିଛି ସପ୍ତାହ । ତେବେ ଏହାରି ଭିତରେ ସବୁ ଦଳର ବୋର୍ଡ ଦଳ ମାନଙ୍କ ଅଭ୍ୟାସ ଜାରି ରଖିବା ପାଇଁ ଜଣେ ଅନ୍ୟ ଜଣଙ୍କ ସହ ଶୃଙ୍ଖଳାର ଆୟୋଜନ କରାଯାଉଛି । ଏହି ସମୟରେ ଭାରତୀୟ ଦଳ ସମେତ ପାଞ୍ଚଟି ଦଳ ଏସିଆ କପ ଖେଳୁଥିବା ବେଳେ ଅନ୍ୟ ବିଦେଶୀ ଦଳ ଦ୍ବିପାକ୍ଷିକ ଶୃଙ୍ଖଳାରେ ବ୍ୟସ୍ତ ଅଛନ୍ତି । ସେହିପରି ନ୍ୟୁଜିଲ୍ୟାଣ୍ଡ ଦଳ ଏବେ ଇଂଲଣ୍ଡ ଗସ୍ତରେ ୪ ଟିକିଆ ଦିନିକିଆ ସିରିଜ୍ ଖେଳୁଛି । ତେବେ ସବୁଠୁ ଆଶ୍ଚର୍ଯ୍ୟ କରିଦେଲା ଭଳି କଥା ହେଉଛି ଯେ, ବର୍ଷକ ପୂର୍ବରୁ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଥିବା ବେନ୍ ଷ୍ଟୋକ୍ସ ପୁଣି ଦିନିକିଆ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆଉ ପ୍ରତ୍ୟାବର୍ତ୍ତନ ପୁଣି ଏମିତି ସେମିତି ନୁହେଁ, ଷ୍ଟୋକ୍ସ ଏହି ଶୃଙ୍ଖଳାରେ ୩ଟି ମ୍ୟାଚରେ ୨୩୫ ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ଗୋଟିଏ ଅର୍ଦ୍ଦଶତକ ରହିଥିବା ବେଳେ ଗତକାଲି ମ୍ୟାଚରେ ସେ ୧୨୪ ବଲରେ ୧୮୨ ରନର ଏକ ବିଷ୍ପୋରକ ପାରି ଖେଳି ନ୍ୟୁଜିଲ୍ୟାଣ୍ଡର ବୋଲରମାନଙ୍କୁ ଚମକାଇ ଦେଇଥିଲେ । ତେବେ ବିଶ୍ବକପ ପୂର୍ବରୁ ଷ୍ଟୋକ୍ସଙ୍କର ଏପରି ପ୍ରତ୍ୟାବର୍ତ୍ତନ ଅନ୍ୟ ଦଳର ଖେଳାଳି ମାନଙ୍କ ଛାତିରେ ଭୟ ସୃଷ୍ଟି କରିଛି । ତେବେ ଯଦି ଷ୍ଟୋକଙ୍କ ଦିନିକିଆ ବିଶ୍ବକପ ରେକର୍ଡ ଉପରେ ନଜର ପକାଇବା ତେବେ ୨୦୧୯ ରେ ଖେଳାଯାଇଥିବା ଦିନିକିଆ ବିଶ୍ବକପ ଫାଇନାଲରେ ୮୪ ରନର ଗୁରୁତ୍ବପୂର୍ଣ୍ଣ ପାରି ଖେଳି ଦଳକୁ ପ୍ରଥମଥର ପାଇଁ ବିଶ୍ବ ବିଜେତା କାରାଇଥିଲେ । ଏହି ଟୁର୍ଣ୍ଣମେଣ୍ଟରେ ସେ ୧୧ଟି ମ୍ୟାଚରେ ୪୫୬ରନ କରି ୭ଟି ୱିକେଟ ନେବାରେ ସଫଳ ହୋଇଥିଲେ । ତେବେ ପୁଣି ବିଶ୍ବକପ ପୂର୍ବରୁ ଷ୍ଟୋକ୍ସଙ୍କ ପ୍ରତ୍ୟାବର୍ତ୍ତନ ଅନ୍ୟ ଦଳମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ ।