ହାଇସ୍ପିଡ୍ ଇଭି ଚାହିଦା ଅଧିକ: ସାଢ଼େ ଆଠ ଲକ୍ଷ ଦୁଇଚକିଆ ଇଭି ବିକ୍ରି
ନୂଆଦିଲ୍ଲୀ: ଦେଶରେ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନର ଗ୍ରହଣୀୟତା ବୃଦ୍ଧି ପାଉଛି। ଅଧିକରୁ ଅଧିକ ଲୋକ ଇଭି କିଣୁଥିବାରୁ ୨୦୨୨-୨୩ରେ ଦୁଇଚକିଆ ଇଭି ବିକ୍ରି ସାଢ଼େ ଆଠ ଲକ୍ଷ ପାଖାପାଖି ପହଞ୍ଚିଛି। ଏହି ୧୨ ମାସରେ ୮.୪୬ ଲକ୍ଷ ଦୁଇଚକିଆ ଇଭି ବିକ୍ରି ହୋଇଛି। ୨୦୨୧-୨୨ରେ ଦୁଇଚକିଆ ଇଭି ବିକ୍ରି ସଂଖ୍ୟା ୩ ଲକ୍ଷ ୨୭ ହଜାର ୯୦୦ ଥିଲା।
ଇଲେକ୍ଟ୍ରିକ୍ ଯାନ ନିର୍ମାତା ସଂଘର ରିପୋର୍ଟ ଅନୁଯାୟୀ ହାଇସ୍ପିଡ୍ ଦୁଇଚକିଆ ଇଭି ଅଧିକ ଚାହିଦାରେ ରହିଛି। ୨୦୨୨-୨୩ରେ ଘଣ୍ଟା ପିଛା ୨୫ କିମି ବେଗରେ ଗତି କରୁଥିବା ୭,୨୬,୯୭୬ ଦୁଇଚକିଆ ଯାନ ବିକ୍ରି ହୋଇଥିବା ବେଳେ ଘଣ୍ଟା ପିଛା ୨୫ କିମିରୁ କମ୍ ବେଗରେ ଗତି କରୁଥିବା ୧.୨ ଲକ୍ଷ ଇଭି ବିକ୍ରି ହୋଇଛି।