ଆହୁରି ୨ଦିନ ତାତିରେ ସିଝିବେ ରାଜ୍ୟବାସୀ : ୧୨ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ

ଭୁବନେଶ୍ଵର;ଆସନ୍ତା ୨ ଦିନ ରାଜ୍ୟରେ ଅଧିକ ଗ୍ରୀଷ୍ଣ ପ୍ରବାହ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ହିଟ୍ ୱେଭ୍ ସତର୍କତା ଜାରି କରିଛି। ଆଜି ପାଇଁ ୧୨ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି। ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି ଏବଂ କେନ୍ଦୁଝର ଜିଲ୍ଲା ପାଇଁ ସିଭିୟର ହିଟ୍ ୱେଭ୍ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ କନ୍ଧମାଳ, ନୂଆପଡ଼ା, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ଆଜି ସକାଳ ୫ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୦ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ଆର୍ଦ୍ରତା ୮୮ % ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଆଜି ସକାଳ ୮.୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ଝାରସୁଗୁଡା: ୩୭.୨ ଡ଼ିଗ୍ରୀ
ସମ୍ବଲପୁର: ୩୬.୬ ଡ଼ିଗ୍ରୀ
ହୀରାକୁଦ: ୩୫.୪ ଡ଼ିଗ୍ରୀ
ଭୁବନେଶ୍ୱର: ୩୫ ଡ଼ିଗ୍ରୀ
କେନ୍ଦୁଝର: ୩୫ ଡ଼ିଗ୍ରୀ
ପୁରୀ:୩୪.୬ ଡ଼ିଗ୍ରୀ
ବାଲେଶ୍ୱର:୩୪.୨ ଡ଼ିଗ୍ରୀ
ଚାନ୍ଦବାଲି:୩୪ ଡ଼ିଗ୍ରୀ
ପାରାଦୀପ:୩୨.୪ ଡ଼ିଗ୍ରୀ
ଗୋପାଳପୁର:୩୨.୪ ଡ଼ିଗ୍ରୀ

Leave a Reply

Your email address will not be published. Required fields are marked *