ଗ୍ରୀଷ୍ମ ପ୍ରବାହର ପ୍ରତିଯୋଗିତାରେ ଆଜି ଝାରସୁଗୁଡା ପ୍ରଥମ …

ଭୁବନେଶ୍ଵର;ଅସମ୍ଭାଳ ତାତିକୁ ମୁଣ୍ଡଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି । ଘରେ ବାହାରେ ତାଣ୍ଡବ ରଚୁଛି ଗ୍ରୀଷ୍ମ ପ୍ରବାହ। ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ପଙ୍ଖାରୁ ବାହାରୁଛି ତତଲା ପବନ । ଦିନକୁ ଦିନ ଗରମ ବଢ଼ି ଚାଲିଥିବା ବେଳେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଛୁଇଁଥିଲା । ସେଥିମଧ୍ୟରୁ ୪ଟି ସହରର ତାପମାତ୍ରା ୪୪ ଡିଗ୍ରୀ ଟପିଥିଲା । ଅନୁଗୁଳରେ ସର୍ବାଧିକ ୪୪.୬ ଡିଗ୍ରୀ ଥିବା ନେଇ ରେକର୍ଡ ହୋଇଥିବା ବେଳେ ତା ପଛକୁ ବୌଦ୍ଧରେ ୪୪.୫ ଡିଗ୍ରୀ ରେକର୍ଡ ହୋଇଥିଲା । ଆଜି ମଧ୍ୟ ସମାନ ସ୍ଥିତି । ଆଜି ରାଜ୍ୟରେ ୫ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଭବନେଶ୍ୱରରେ ୪୧.୨ ଡିଗ୍ରୀ ଥିବା ବେଳେ ଝାରସୁଗୁଡା ୪୧.୪ ରେ ପହଁଚି ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଛି ।

ଅନ୍ୟପଟେ ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ପାଇଁ ଅଧିକାଂଶ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ୪୫ କିମ୍ବା ଅଧିକ ପାରଦ ରେକର୍ଡ ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ। ଦିନ ୧୧ରୁ ୩ ଟା ଭିତରେ ବାହାରକୁ ବାହାରିଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗ ।


ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ଝାରସୁଗୁଡା: ୪୧.୪°C
ଭୁବନେଶ୍ୱର: ୪୧.୨°C
କେନ୍ଦୁଝର: ୪୦.୬°C
ବାଲେଶ୍ୱର: ୪୦.୧°C
ସମ୍ବଲପୁର: ୪୦°C
ଚାନ୍ଦବାଲି: ୩୯.୬°C
ହୀରାକୁଦ: ୩୯°C
ରାଉରକେଲା: ୩୮.୬°C
ଗୋପାଳପୁର: ୩୪.୪°C
ପୁରୀ: ୩୪.୪°C
ପାରାଦୀପ: ୩୩.୫°C

Leave a Reply

Your email address will not be published. Required fields are marked *