ଆହୁରି ୫ ଦିନ କଲବଲ କରିବ ତାତି ଓ ଗୁଳୁଗୁଳି

ଭୁବନେଶ୍ବର : ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଆକଳନ କରାଯାଇଛି। ସମ୍ବଲପୁର ଓ ହୀରାକୁଦରେ ୪୩.୨ ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦିନ ୨ଟା ୩୦ ମିନିଟରେ ଝାରସୁଗୁଡାରେ ୪୦, ଚାନ୍ଦବାଲିରେ ୩୯.୨, ଭୁବନେଶ୍ୱରରେ ୩୬.୪, ବାଲେଶ୍ୱରରେ ୩୬.୦, ପୁରୀରେ ୩୪.୦, ଗୋପାଳପୁରରେ ୩୩.୨, ପାରାଦୀପରେ ୩୨.୮ ଓ କେନ୍ଦୁଝରରେ ୨୫.୨ ଡ଼ିଗ୍ରି ରେକର୍ଡ ହୋଇଛି।
ଆଗାମୀ ୫ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। କିଛି-କିଛି ସ୍ଥାନରେ ଦିନ ତାପମାତ୍ରା ୪୨ ଡ଼ିଗ୍ରୀ କିମ୍ବା ଅଧିକ ରହିବା ସମ୍ଭାବନା। ଅର୍ଥ ତାତି ଏବଂ ଗୁଳୁଗୁଳି ଜନିତ ଅସ୍ୱାଭାବିକ ପାଗ ଲାଗିରହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।