ଆହୁରି ୨ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ; ୬ ଜିଲ୍ଲାକୁ ସତର୍କ ସୂଚନା ଜାରି
ଭୁବନେଶ୍ୱର: ଗୁଳୁଗୁଳିରେ ସିଝୁଛନ୍ତି ରାଜ୍ୟବାସୀ। ଆକାଶରୁ ବର୍ଷୁଛି ନିଆଁ । ଘରୁ ବାହାରିଲେ ମୁହଁ -ହାତ ପୋଡ଼ି ଯାଉଛି। ଆଉ ଏମିତି ପରିସ୍ଥିତିରେ ଅସମ୍ଭାଳ ତାତିକୁ ଗୁଳୁଗଳିରେ ଆଉଟୁ ପାଉଟୁ ହେଉଛି ସାରା ଓଡ଼ିଶା। ଆଜି ମଧ୍ୟ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟବ୍ୟାପୀ ଆକାଶରୁ ଦିନ ତମାମ୍ ନିଆଁବର୍ଷା ହେଉଥିବା ବେଳେ ଆଗାମୀ ୨ ଦିନ ଯାଏଁ ତାପମାତ୍ରା ଅପରିବର୍ତ୍ତିତ ରହିବ। ଏହାପରେ କାଳବୈଶାଖୀ ଯୋଗୁଁ ତାପମାତ୍ରାରେ ହ୍ରାସ ଘଟିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଶଙ୍କା କରାଜାଇଛି। ସେହିପରି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର ଏବଂ ବୌଦ୍ଧକୁ ଏହି ୬ଟି ଜିଲ୍ଲାକୁ ଆଜି ପାଇଁ ହିଟ୍ ୱେଭ୍ ଜିଲ୍ଲା ଭାବେ ସତର୍କ ସୂଚନା ଜାରି କରାଯାଇଛି।