ହକି ଇଣ୍ଡିଆ ପ୍ରଶିକ୍ଷଣ ଶିବିରରେ ୪ ଓଡ଼ିଆଙ୍କୁ ସ୍ଥାନ
ଭୁବନେଶ୍ବର: ହକି ଇଣ୍ଡିଆ ଜାତୀୟ ପ୍ରଶିକ୍ଷଣ ଶିବିର ଲାଗି ୩୯ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି। ଯେଉଁଥିରେ ଓଡ଼ିଶାରୁ ୪ ଜଣଙ୍କୁ ସ୍ଥାନ ମିଳିଛି ।ସେଥିମଧ୍ୟରେ ଅମିତ ରୋହିଦାସ, ନିଲମ ସଞ୍ଜୀପ ଖେସ, ଦୀପସାନ ତିର୍କି ଓ ଶିଳାନନ୍ଦ ଲାକ୍ରାଙ୍କୁ ସ୍ଥାନ ମିଳିଛି। ଅମିତ ରୋହିଦାସ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ରହିଛନ୍ତି । ଏହି ଶିବିର ଆଜିଠୁ ଆରମ୍ଭ ହୋଇ ଜୁଲାଇ ୧୯ ପର୍ଯ୍ୟନ୍ତ ବେଙ୍ଗାଲୁରୁସ୍ଥିତ ସାଇ କେନ୍ଦ୍ରରେ ଆୟୋଜିତ ହେବ। ଜୁଲାଇ ୨୫ରୁ ୩୦ ପର୍ଯ୍ୟନ୍ତ ସ୍ପେନ୍ରେ ଆୟୋଜିତ ହେବାକୁଥିବା ଚତୁଃରାଷ୍ଟ୍ରୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ଏହି ଶିବିରରୁ ଦଳ ଚୟନ କରାଯିବ। ଅଗଷ୍ଟରେ ଆୟୋଜିତ ହେବାକୁ ଥିବା ଏସୀୟ ଚାମ୍ପିଅନ୍ସିପ୍ ଲାଗି ମଧ୍ୟ ଏହିଥିରୁ ଖେଳାଳି ଚୟନ କରାଯିବ । ଏହି ସମ୍ଭାବ୍ୟ ଦଳରେ ୫ ଜଣ ଗୋଲି, ୧୩ ଜଣ ଡିଫେଣ୍ଡର, ୧୨ ଜଣ ମିଡ୍ଫିଲ୍ଡର ଓ ୯ ଜଣ ଫରୱାର୍ଡ ରହିଛନ୍ତି ।
ସମ୍ଭାବ୍ୟ ଦଳ ପାଇଁ ୩୯ ଜଣ ଖେଳାଳିଙ୍କ ତାଲିକା
କ୍ରୀଷ୍ଣା ବାହାଦୂର ପାଠକ, ଶ୍ରୀଜେଶ ପରଟ୍ଟୁ ରାଭେନ୍ଦ୍ରନ୍, ସୁରଜ କରକେରା, ପୱନ ମଲିକ, ପ୍ରଶାନ୍ତ କୁମାର ଚୌହାନ, ଜରମନପ୍ରୀତ ସିଂ, ସୁରେନ୍ଦର କୁମାର, ହରମାନପ୍ରୀତ ସିଂ, ବରୁଣ କୁମାର, ଅମିତ ରୋହିଦାସ, ଗୁରୁନ୍ଦର ସିଂ, ଯୁଗରାଜ ସିଂ, ମନଦୀପ ମୋର୍, ନିଲମ୍ ସଞ୍ଜୀପ୍, ସଞ୍ଜୟ, ୟସଦୀପ, ଦିପ୍ସନ୍ ତିର୍କି, ମଞ୍ଜିତ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ମୋଇରଙ୍ଗଥେମ୍ ରବିଚନ୍ଦ୍ର ସିଂ, ଶମସେର ସିଂ, ନୀଲକାନ୍ତ ଶର୍ମା, ରାଜକୁମାର ପାଲ, ସୁମିତ, ଆକାଶଦୀପ ସିଂ, ଗୁରୁଜନ୍ତ ସିଂ, ରାହିଲ ମାଉସେନ, ମନିନ୍ଦର ସିଂ, ଏସ କାର୍ତ୍ତି, ମନଦୀପ ସିଂ, ଲଲିତ କୁମାର ଉପାଧ୍ୟାୟ, ଅଭିଷେକ, ଦିଲପ୍ରୀତ ସିଂ, ସୁଖଜିତ ସିଂ, ସିମରନଜିତ ସିଂ, ଶିଲାନନ୍ଦ ଲାକ୍ରା ଏବଂ ପୱନ ରାଜଭାର।