କେମିତି ଓ କେଉଁଠି ଆରମ୍ଭ ହୋଇଥିଲା ଆସେସ୍ ଜାଣନ୍ତୁ ….
ଭୁବନେଶ୍ବର; ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ଟିକିଆ ଆସେସ୍ ସିରିଜର ଚତୁର୍ଥ ମ୍ୟାଚ ଡ୍ର ହୋଇଯାଇଛି । ଏହା ସହିତ ଅଷ୍ଟ୍ରେଲିଆ ଏହି ଶୃଙ୍ଖଳାକୁ ନିଜ ନାମରେ କରିଛି । କାରଣ ଯଦି ଇଂଲଣ୍ଡ ଶେଷ ମ୍ୟାଚରେ ବିଜୟ ହାସଲ କରେ ତେବେ ସିତିଜ ୨-୨ ରେ ଡ୍ର ରହିବ । ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ପୂର୍ବ ଆସେସରେ ଅଷ୍ଟ୍ରେଲିଆ ୪-୦ ରେ ଇଂଲଣ୍ଡ ଉପରେ ବିଜୟ ହାସଲ କରିଥିଲା । ତେବେ ଅଷ୍ଟ୍ରେଲିଆ ଡିଫେଣ୍ଡିଂ ଚମ୍ପିୟାନ ହୋଇଥିବାରୁ କଙ୍ଗାରୁ ଦଳ ଏଥର ଆସେସ୍ ସିରିଜ ନିଜ ପାଖରେ ରଖିବ । ୨୭ ଜୁଲାଇରେ ଆସେସ ସିରଜର ଶେଷ ମ୍ୟାଚ ଖେଳାଯିବ । ତେବେ ଆସନ୍ତୁ ଜାଣିବା ଆସେସ୍ ସିରିଜର ଆରମ୍ଭ କେବେ ଓ କେମିତି ହୋଇଥିଲା ଏବଂ ଏହାକୁ କିଏ କେତେ ଥର ଜିତିବାରେ ସଫଳ ହୋଇଛନ୍ତି ।
୧୮୮୨ମସିହା ୨୯ ଅଗଷ୍ଟରେ ଅଷ୍ଟ୍ରେଲିଆ ଦ ଓଭାଲରେ ଏକ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଆସିଥାଏ । ସେହି ମ୍ୟାଚରେ ଅଷ୍ଟ୍ରେଲିଆ ତାର ପ୍ରଥମ ପାଳିରେ ମାତ୍ର ୬୩ ରନ କରେ । ଏହି ଲକ୍ଷକୁ ପିଛା କରିଥିବା ଇଂଲଣ୍ଡ ତାର ପ୍ରଥମ ପାଳିରେ ୩୮ରନର ଲିଡ ସହିତ ୧୦୧ ରନ କରିବାରେ ସଫଳ ହୁଏ । ସେହିପରି ଅଷ୍ଟ୍ରେଲିଆ ତାର ଶେଷ ପାଲିରେ ୧୨୨ରନ ସଂଗ୍ରହ କରି ଇଂଲଣ୍ଡକୁ ୮୫ ରନର ଲକ୍ଷ ପ୍ରଦାନ କରେ । ଏହି ଲକ୍ଷ୍ୟକୁ ଇଂଲଣ୍ଡ ପିଛା କରି ମାତ୍ର ୮ ରନରେ ପରାସ୍ତ ହୁଏ । ଏହି ମ୍ୟାଚର କିଛି ଦିନ ପରେ ବା ୨ ସେଫ୍ଟେମ୍ବରକୁ ଏକ ଇଂଲିସ ପେପର ଦ ସ୍ପୋଟିଂ ଟାଇମ୍ସରେ ଏହି ମ୍ୟାଚକୁ ପରିହାସ କରି ଏକ ସୃତିଲେଖ ପ୍ରକାଶ ହୁଏ । ଯେଉଁଥିରେ ଲେଖାଥାଏ ଅଷ୍ଟ୍ରେଲିଆ ଦ୍ବାରା ଇଂଲଣ୍ଡ କ୍ରିକେଟର ମୃତ୍ୟୁ ୨୯ ଅଗଷ୍ଟ ୧୮୮୨ ରେ ଦ ଓଭାଲରେ ଠାରେ ହୋଇଛି । ଏବଂ ତାର କ୍ରିୟା କର୍ମ ପରେ ତାର ପାଉଁସ ବା ଆସକୁ ଅଷ୍ଟ୍ରେଲଆ ନିଆଯିବ । ତେବେ ଏହି ଠାରୁ ଏହି ଶୃଙ୍ଖଳାର ନାମ ଦ ଆସେସ୍ ରଖାଗଲା । ଏହାର ଇତିହାସ ଉପରେ ନଜର ପକାଇଲେ ଏହି ଶୃଙ୍ଖଳା ମୋଟ୍ ୭୨ ଥର ଖେଳାଯାଇଛି । ଯେଉଁଥିରେ ଅଷ୍ଟ୍ରେଲିଆ ସର୍ବାଧିକ ୩୪ ଥର ବିଜୟ ଲାଭ କରିଧିବା ବେଳେ ଇଂଲଣ୍ଡ ଏହକୁ ୩୨ ଥର ହାତେଇଛି ଏବଂ ୬ ଥର ଏହି ଶୃଙ୍ଖଳା ଡ୍ର ରହିଛି ।