ନବୀନଙ୍କୁ ୧୯୯୮ରେ କିପରି ଧୋକା ଦେଇଥିଲେ ବିଜୟ ମହାପାତ୍ର…ଦୁଇ ବର୍ଷ ପରେ ମଧୁର ପ୍ରତିଶୋଧ ନେଇଥିଲେ ବିଜୁ ନନ୍ଦନ….
ଭୁବନେଶ୍ୱର : ଓଡ଼ିଶାର କେତେକ ମୁଷ୍ଟିମେୟ ଗଣମାଧ୍ୟମ ଗୋଟିଏ କଥା ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ପ୍ରଚାର କରି ଆସୁଛି। ଏହି କଥାଟି ହେଉଛି- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନର ଗୈରିକ ଦଳ ବିଜେପି ନେତା ବିଜୟ ମହାପାତ୍ରଙ୍କୁ ଧୋକା ଦେଇଥିଲେ। ହେଲେ ଏହା କେତେଦୂର ସତ୍ୟ , ତାହା ପଛର ଇତିହାସ ଜାଣିବା ସହ ତର୍ଜମା ହେବାର ଆବଶ୍ୟକତା ରହିଛି। ୨୦୦୦ ମସିହାରେ ବିଜେଡିରୁ ଶେଷ ମୁହୂର୍ତ୍ତରୁ ଟିକେଟ୍ ହରାଇଥିବା ବିଜୟ ଦୁଇ ବର୍ଷ ପୂର୍ବରୁ ୧୯୯୮ରେ ନବୀନଙ୍କୁ ଧୋକା ଦେଇଥିଲେ। ବିଜୟ କେବଳ ନବୀନଙ୍କୁ ଧୋକା ଦେଇ ନ ଥିଲେ। ବିଜେଡିର ଆନୁଷ୍ଠାନିକ ପ୍ରାର୍ଥୀ ଅନଙ୍ଗ ଉଦୟ ସିଂ ଦେଓଙ୍କୁ ରାଜ୍ୟସଭାରେ ହରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଅନଙ୍ଗ ଉଦୟ ନବୀନ ପଟ୍ଟନାୟକ ବନ୍ଧୁ ହୋଇଥିବାରୁ ତାଙ୍କୁ ହରାଇ ଅନ୍ୟମାନଙ୍କ ଆଗରେ ଛୋଟ କରିବାକୁ ବିଜୟ ଚାହିଁଥିଲେ। ଯେଉଁଥିରେ ସେ ସଫଳ ମଧ୍ୟ ହୋଇଥିଲେ।
ଘଟଣାଟି ଏହିପରି ୧୯୯୮ରେ ରାଜ୍ୟସଭା ନିର୍ବାଚନରେ ରାଜ୍ୟ ବିଧାନସଭାରେ ଏପରି ସ୍ଥିତି ଥିଲା ଯେ, କୌଣସି ଗୋଟିଏ ଦଳ ଜଣେ ପ୍ରାର୍ଥୀକୁ ରାଜ୍ୟସଭାକୁ ପଠାଇପାରିବେ ନାହିଁ। ମାତ୍ର କଂଗ୍ରେସର ସଂଖ୍ୟା ଅଧିକ ଥିଲା। ବିଜେଡି ଗଠନ ହୋଇ ସାରିଥିଲା। ଜନତା ଦଳ ଏସ୍ ଅଲଗା ଭାବେ ରହିଥିଲା। ବିଜେଡି ପକ୍ଷରୁ ଅନଙ୍ଗ ଉଦୟ ସିଂ ଦେଓ ପ୍ରାର୍ଥୀ ହୋଇଥିଲେ। ଜନତା ଦଳ ଏସ୍ ନିଜର ପ୍ରାର୍ଥୀ ଦେଇ ନ ଥିଲା। ମାତ୍ର ଯଦି କୌଣସି ସ୍ୱାଧିନ ପ୍ରାର୍ଥୀ ହୁଅନ୍ତି, ତେବେ ତାଙ୍କୁ ଜନତା ଦଲ ଏସ୍ ସମର୍ଥନ କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ହେଲେ ଶିକ୍ଷାବିତ୍ ତଥା ଐତିହାସିକ ମନ୍ମଥନାଥ ଦାସଙ୍କୁ ଜାନକୀ ବଲ୍ଲଭ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ କରିଦେଇଥିଲେ। ତେଣୁ କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସଂଖ୍ୟା ଖେଳରେ ଜାନକୀଙ୍କୁ ବିଜୟ ସାଥ୍ ଦେଇଥିଲେ। ରାଜନୀତିରେ ନବାଗତ ନବୀନଙ୍କୁ ପାନେ ଦେବା ପାଇଁ ବିଜୟ ବିଜେଡିରେ ଥାଇ ମଧ୍ୟ ଏହି ଅର୍ନ୍ତଘାତୀ ଯୋଜନା କରିଥିଲେ। ବିଜେଡି ଭିତରେ ଭୋଟକୁ ବିଭାଜନ କରାଇ କଂଗ୍ରେସ ପ୍ରାର୍ଥୀ ମନ୍ମଥନାଥ ଦାସଙ୍କୁ ବିଜୟ ଭୋଟ ଦେଇଥିଲେ। ସେ ସମୟରେ ଅମର ଶତପଥୀ, ମହେଶ୍ୱର ମହାନ୍ତି ପ୍ରମୁଖ ବିଜେଡି ବିରୋଧରେ ଭୋଟ ଦେଇଥିଲେ। ସେ ସମୟରେ ଜନତା ଦଳ ଏସରେ ଥିବା ଅଶୋକ ଦାସ ଭୋଟଦାନରୁ ବିରତ ରହିଥିଲେ ଏବଂ ବରିଷ୍ଠ ନେତା ଯୁଧିଷ୍ଠିର ଦାସ ନିଜ ଭୋଟ ନାକଚ କରାଇଥିଲେ। ଏହା ଦ୍ୱାରା ମାତ୍ର .୫ ପ୍ରତିଶତ ଭୋଟରେ ଅନଙ୍ଗ ଉଦୟ ହାରିଯାଇଥିଲେ। ଆଉ ମନ୍ମଥନାଥ ଦାସ ବିଜୟ ହୋଇଥିଲେ। ଫଳାଫଳ ପରେ ନବୀନଙ୍କ ଖୁସି ହଜି ଯାଇଥିଲା। ହେଲେ ବିଜୟ ମହାପାତ୍ରଙ୍କ କ୍ୟାମ୍ପରେ ଖୁସିରେ ଲହରି ଖେଳି ଯାଇଥିଲା। ପରବର୍ତ୍ତୀ ସମୟରେ ନବୀନ ଏହାର ମଧୁର ପ୍ରତିଶୋଧ ନେଇଥିଲେ। ଯାହା ସମସ୍ତଙ୍କୁ ଜଣା।