ଶ୍ରୀଦେବୀଙ୍କ ମୃତ୍ୟୁ ନେଇ ଦୁବାଇ ପୁଲିସ୍ ଆଗରେ କଣ କହିଥିଲେ ସ୍ୱାମୀ ବୋନି କପୁର ..

ମୁମ୍ବାଇ : ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀ। ୨୪ ଫେବୃଆରୀ, ୨୦୧୮ ଦିନ ତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁର କାରଣ ଏବେ ବି ବହୁ ଜଣଙ୍କ ପାଇଁ ରହସ୍ୟଜନକ। ହେଲେ ବହୁ ଦିନ ପରେ ସ୍ତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ନେଇ ମୁହଁ ଖୋଲିଛନ୍ତି ସ୍ୱାମୀ ବୋନି କପୁର। ନିର୍ଦ୍ଦିଷ୍ଟ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶ୍ରୀ କପୁର କହିଛନ୍ତି ଯେ, ଶ୍ରୀଦେବୀ ଠିକଭାବରେ ଖିଆପିଆ କରୁନଥିଲେ। ସେ ବେଳେବେଳେ ଉପାସ ରହୁଥିଲେ। ଏହା ମାଧ୍ୟମରେ ସେ ଭଲ ଦିଶିବାକୁ ଚାହୁଥିଲେ। ଡାଏଟିଂ ଯୋଗୁ ତାଙ୍କ ଓଜନ ୪୬-୪୭ କେଜିକୁ ଖସି ଆସିଥିଲା। ସେ ଲୁଣ ଖାଇବାକୁ ଭଲ ପାଉ ନ ଥିଲେ। ଏଥିପାଇଁ ହୁଏତ ସେ ମୁଣ୍ଡ ବୁଲାଇବା ଯୋଗୁଁ ମୁହଁମାଡି ବାଥ ଟବରେ ପଡିଯାଇଥିବେ ଓ ଆଉ ଉଠିପାରି ନ ଥିବେ । ଏହି ମୃତ୍ୟୁ ପ୍ରାକୃତିକ ନ ଥିଲା, ଥିଲା ଦୁର୍ଘଟଣାଜନିତ। ହତ୍ୟା କରିଛନ୍ତି ବୋଲି ଯେଉଁ ଅଭିଯୋଗ କରାଯାଉଛି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଛ। ତାଙ୍କ ବିରୋଧରେ ତଦନ୍ତ ଚାଲିଥିବାରୁ ସେ କିଛି କହୁ ନ ଥିଲେ। ଦୀର୍ଘଦିନର ପଚରାଉଚରା ପରେ ଦୁବାଇ ପୋଲିସ ତାଙ୍କୁ କ୍ଲିନ ଚିଟ ଦେଇଥିବା ବୋନି କହିଛନ୍ତି।