ନୂଆପଡ଼ା ଉପ – ନିର୍ବାଚନ ଫଳାଫଳକୁ ଏମିତି ଦେଖେ
ଭୁବନେଶ୍ୱର : (ରାଜେଶ ପଟ୍ଟନାୟକ)-ନୂଆପଡ଼ା ଉପନିର୍ବାଚନ ଫଳାଫଳର ରାଜନୈତିକକୁ ମୁଁ ଏହିପରି ଦେଖେ I ପ୍ରଥମେ ଲୋକପ୍ରିୟ ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଉପରେ ଲୋକଙ୍କର ବିଶ୍ୱାସ ବଢିଛି ଓ ଯଶସ୍ବୀ ରାଜ୍ଯ ସଭାପତି ମନମୋହନ ଭାଇଙ୍କ ରଣନୀତି ବିରୋଧିଦଳ ମାନଙ୍କ ଜ୍ଞାନର ପରିସୀମା ବାହାରେ। ସେହିପରି ଦ୍ବିତୀୟ ସ୍ଥାନରେ ଥିବା ଘାସିରାମମାଝି ନିଜ ନାଁ ରେ ଗତଥର ଅଧିକ ଭୋଟ ପାଇଥିଲେ। ଏଥର କଂଗ୍ରେସର “ହାତ ଚି଼ହ୍ନ” ହେଲା ତାଙ୍କ ପାଇଁ ଅଭିଶାପ।
ଅନୁରୂପ ଭାବେ ଆଉ ତୃତୀୟ ସ୍ଥାନରେ ରହିଥିବା ବିଜେଡ଼ି ବିଷୟରେ ଗୋଟିଏ କଥା ସ୍ପଷ୍ଟ; ଆଗରୁ ବିଜୁବାବୁଙ୍କ ନାଁ ରେ ଭୋଟ ମାଗୁଥିଲେ ଲୋକ ଆଶୀର୍ବାଦ କରୁଥିଲେ। ଯେବେଠୁ ବିଜ୍ଞାପନ ମାଧ୍ୟମରେ ପ୍ରଚାର କଲେ “ନବୀନ ବାବୁ ହାତ ହଲେଇ” ଦେଲେ ଲୋକ ଭୋଟ ଦେବେ, ସେବେଠୁ ଲୋକ ପ୍ରତ୍ୟାକ୍ଷାନ କରିବା ଆରମ୍ଭ କଲେ।
ଏଥର ନୂଆପଡ଼ାରେ ବିଜେଡ଼ି ପ୍ରାର୍ଥୀ ଖୋଦ୍ ନବୀନଙ୍କ ପରିବର୍ତ୍ତେ ସ୍ଵର୍ଗତ ରାଜୁ ଢୋଲକିଆଙ୍କ ଫଟୋ ଲଗେଇ ଭୋଟ ମାଗିଲେ। ରାଜୁ ଢୋଲକିଆଙ୍କ ଚିହ୍ନ ଶଙ୍ଖ ଚିହ୍ନ କହି ପାଖାପାଖି ୧୦-୧୫ ହଜାର ଭୋଟରଙ୍କୁ ଭ୍ରମିତ କରିବାରେ ସଫଳ ହେଇଚନ୍ତି। ସେତକ ବାଦ ଦେଲେ ନବୀନ ବାବୁଙ୍କ ଦଳ ବିଜେଡ଼ିକୁ ନୂଆପଡ଼ାରେ ୨୫ହଜାର ଭୋଟ ମଧ୍ଯ ମିଳିନି ବୋଲି କୁହାଯିବ l
