Fantastic…. Awesome…. Excellent….
Many More ବଢିଆ ହେଇଛି ବରବଧୂ..

ଭୁବନେଶ୍ୱର :(ଜୟନ୍ତ ସେଠ )-ଯେତେ ଲେଖିଲେ ଵି ଶବ୍ଦ କମ ପଡ଼ିବ lଏ ସବୁ କେବଳ ଫାଷ୍ଟ ଡେ ରେ ଦେଖିଥିବା ନୂଆ ଓଡ଼ିଆ ସିନେମା ବର ବଧୂ ପାଇଁ ଉଦ୍ଧିଷ୍ଟ l କାହାଣୀ ଓଡ଼ିଆ, କିନ୍ତୁ ନିର୍ମାଣ ଶୈଳୀ ମୁମ୍ବାଇ ମାର୍କା l କ୍ୟାମେରା ଚାଳନା, ଏଡିଟିଂ, ଶବ୍ଦ ସଂଯୋଜନା, ବିଜିଏମ ସବୁ ଦିଗରୁ ସିନେମା ଟି ସମ୍ପୂର୍ଣ୍ଣ/ପରିପୂର୍ଣ୍ଣ l ହେବନି କେମିତି, ଅଧିକାଂଶ ଟେକନିସିଆନ ତ ମୁମ୍ବାଇର l ତେବେ ଆମ ଓଡ଼ିଆ ଵି ବାଜି ମାତ କରିଛନ୍ତି ଲେଖା, ନିର୍ଦ୍ଦେଶନା, ସଂଗୀତ ଆଉ ଅଭିନୟ ରେ l ମୋର ତ କାହିଁକି ମନେ ହେଲା ବର ବଧୂ ଓଡ଼ିଆ ସିନେମାକ୍ଷେତ୍ରରେ ନୂଆ genre ସୃଷ୍ଟି କଲା l ଗ୍ରାମ୍ୟ ପରିବେଶରେ ରୋମାଣ୍ଟିକ କମେଡି l କାହାଣୀ ଓଡ଼ିଶାର କୋଉ ଗୋଟେ ମଫସଲ ଗାଁର l ପରଦା ଉପରେ କୌଣସି ଦିଗରୁ କାଳ୍ପନିକ ଲାଗୁନି, କି କାହାର ଅଭିନୟ ଅଭିନୟ ଭଳି ଲାଗୁନି l ଫିଲ୍ମ ଆରଂଭ ହେବା ମାତ୍ରକେ ସବୁ ଅଭିନେତା ସବୁ ଜଣେ ଜଣେ ଚରିତ୍ର ଭିତରେ ହଜିଗଲେ l ନବାଗତ ନିର୍ଦ୍ଦେଶକ ବିଶ୍ୱ ରଞ୍ଜନ ପ୍ରଥମ ପାହାଚରେ ହିଁ ପଦ୍ମତୋଳା ବୋଲି ଦର୍ଶକଙ୍କୁ ଚକ୍ଷୁ ବନ୍ଧନରେ ଏମିତି ବାନ୍ଧି ଦେଲେ ଯେ ଇଣ୍ଟରଭାଲ ଵି ବିରକ୍ତ କରିଦେଲା, କାହିଁକି ହଠାତ ସିନେମା ମଝିରେ ଆସିଗଲା l ମ୍ୟୁଜିକ ର ସରଳତା ଓ ସାବଲୀଳତା ସିନେମାର ଦୃଶ୍ୟ ଗୁଡିକରେ ଯେମିତି ରଙ୍ଗ ଭରି ଦେଲା l ଚରିତ୍ର ମାନଙ୍କର ବଡି ଲାଙ୍ଗୁଏଜରେ ଛୋଟ ଛୋଟ ହରକତ ତ ମନ କୁ ପୁରା    ଚହଲେଇ ଦେଲା l ନିର୍ଦେଶକ କେତେ ଭାବିଛନ୍ତି, କେତେ ରିସର୍ଚ୍ଚ କରିଛନ୍ତି ସତେ! ଏମିତିକା କାମ ତ ଓଡ଼ିଆ ସିନେମାରେ କେବେ ଦେଖିନି l
ହର ରଥ, ପୁଷ୍ପା ପଣ୍ଡା, ଭାସ୍ୱତୀ ବସୁ, ମଣ୍ଟୁ ଶର୍ମାଙ୍କ ଠାରୁ ନିଗାଡିକି ଅଭିନୟ ଆଦାୟ କରିଛନ୍ତି ନିର୍ଦ୍ଦେଶକ l କିନ୍ତୁ ସିନେମାର ଶେଷ ପର୍ଯ୍ୟନ୍ତ ପରଦାକୁ ଉଠାଉଛନ୍ତି ପକାଉଛନ୍ତି ପାନ ଖିଆ ଅଙ୍ଗନବାଡ଼ି ଦିଦି ସୂର୍ଯ୍ୟମୟୀ l ଏତେ ମଡର୍ଣ୍ଣ ବ୍ୟକ୍ତିତ୍ୱ ଥିବା ସୂର୍ଯ୍ୟମୟୀ ଯେତେବେଳେ ପାନ ଛେପ କୁ ପୁଚ କରି ପକେଇ କି ନିଜ ସ୍ୱାମୀକୁ କହୁଛନ୍ତି କହୁଛନ୍ତି କୋଉଠି ଅଛୁ ରେ କୁକୁର ଛୁଆ? ଏ ଦୃଶ୍ୟ ଦେଖି କି ହସ ଯେମିତି ବାନ୍ତି ହେଲା ଭଳିଆ ବାହାରି ପଡ଼ିଲା l ଏତେ ଗ୍ଳାମରସ ହିରୋଇନ, ଯିଏ ଓଡ଼ିଶାର ସବୁଠୁ ବଡ଼ ଓ ଦାମୀ ଗହଣା ଶୋ ରୁମ ର ବ୍ରାଣ୍ଡ ଆମ୍ବାସ୍ୟାଡର ସିଏ ପୁଣି କୌଣସି ଲାର୍ଜର ଦ୍ୟାନ ଲାଇଫ ଚରିତ୍ର ଛାଡିକି ଏଭଳି ଗୋଟେ ଚରିତ୍ରରେ ପ୍ରକଟ ହେଇଛନ୍ତି, ତାହା ହିଁ ମୋ ପାଇଁ ବିରଳ ଅନୁଭୂତି l
ଶୈଳେନ୍ଦ୍ର, ଶିବାନିଙ୍କୁ  କେବେ ଵି ଭଲ କଳାକାର ଭାବେ ଗ୍ରହଣ କରୁ ନଥିଲି, କିନ୍ତୁ ବର ବଧୂ ଦେଖିବା ପରେ ମୁଁ ଦୁହିଁଙ୍କର ସବୁଠୁ ବଡ଼ ଫ୍ୟାନ l କେମିତି ଦୁହିଁଙ୍କୁ କାୟ ମନୋ ବାକ୍ୟ ରେ ସଜେଇଛନ୍ତି ବିଶ୍ୱ ରଞ୍ଜନ? ବହୁତ ପରିଶ୍ରମ ହେଇ ଥିବ l ସେଥିପାଇଁ ତିନି ଜଣଙ୍କୁ ହୃଦୟ ରୁ ସ୍ୟାଲୁଟ l
କେବଳ ସେତିକି ନୁହେଁ ଫିଲ୍ମର ଅନେକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରର କଳାକାର, ଯେଉଁ ମାନଙ୍କୁ କେବେ ଵି ଓଡ଼ିଆ ସିନେମାରେ ଆଗରୁ ଦେଖିନି, ସେମାନେ ତ ପୁରା ବମ ଫୁଟେଇ ଦେଲେ! ଯେମିତକି ତହସିଲଦାର ସାହାବ, ତାଙ୍କ ସହକାରୀ ଶଶୀବାବୁ, ହର ରଥଙ୍କ ଡ୍ରାଇଭର, ଗାଁ ର ମୁଖିଆ ଇତ୍ୟାଦି, ଏମାନେ ତ ସମ୍ମିଳିତ ଭାବେ ମ୍ୟାଜିକ ଦେଖେଇଲେ l ହଁ, ବିଜୁ ର ସାଙ୍ଗ କାନ୍ତାରୁ, ସେ କିଏ କେଜାଣି? ଓଡ଼ିଆ ସିନେମା ବଡ଼ ବଡ଼ ଚରିତ୍ରଅଭିନେତା ଵି ତାଙ୍କ ପାସଙ୍ଗ ରେ ପଡିବେନି l ଏମାନଙ୍କୁ ନିର୍ଦେଶକ ବିଶ୍ୱରଂଜନ କେମିତି ତିଆରି କଲେ କେଜାଣି?
ହଁ ମୋର ଅନ୍ୟତମ ପ୍ରିୟ ଅନୁଗୁଳିଆ ଇନଷ୍ଟା କୁଇନ ଅଙ୍କିତା ମିଶ୍ର ଫିଲ୍ମ ରେ ଗୋଟେ ବଡ଼ ସରପ୍ରାଇଜ l ଆଉ ତା ସାଙ୍ଗକୁ ଆଉ ଜଣେ ଭାଇ, ଯିଏ ପଶ୍ଚିମ ଓଡ଼ିଶା ଭାଷାରେ ଡିଜିଟାଲ ଏଣ୍ଟର ଟେନମେଣ୍ଟ ଦୁନିଆରେ ବେଶ ଲୋକପ୍ରିୟ, ସିଏ ଵି ଓକିଲ ଭୂମିକାରେ ଶହେ ଶହେରେ ଖେଳ କରିଦେଲେ l
ମୋଟା ମୋଟି ଭାବେ ବର ବଧୂ ହେଉଛି, କୁତୁ କୁତୁ ଲାଗୁଥିବା ଗୋଟେ ରୋଲରକୋଷ୍ଟର ରାଇଡ l ଥରେ ବସି ଯାଆନ୍ତୁ, ତା’ ପରେ ଫିଲ କରିବେ,  ଓଡ଼ିଆ ସିନେମାରେ ସତରେ ପରିବର୍ତ୍ତନ ଆସିଛି l

Leave a Reply

Your email address will not be published. Required fields are marked *