କେମିତି ହୋଇଛି ‘ପାଦେ ଆକାଶ’

ଭୁବନେଶ୍ୱର : (ଜୟନ୍ତ ସେଠ )-ସିନେମାପ୍ରେମୀ ଭାବେ ଯେତେବେଳେ ଦୁଇଶହ ଟଙ୍କା ଖର୍ଚ୍ଚ କରି, ବହୁତ କଷ୍ଟ ରେ ତିନି ଘଣ୍ଟା ସମୟ ବାହାର କରି ଯେତେବେଳେ ଵି ସିନେମା ଦେଖେ, ଗୋଟେ ଆଶା ଥାଏ ମୋ ସମୟ ଆଉ ଟଙ୍କା ପାଣିରେ ନ ପଡ଼ୁ l ଆଉ ଯେତେବେଳେ ସିନେମା ଭଲ ଲାଗିଛି, ମନକୁ ଛୁଇଁଛି, ସୋସିଆଲ ମିଡ଼ିଆରେ ପଦେ ଲେଖିବା ପାଇଁ ମନ ହାଇଁ ପାଇଁ ହୁଏ l ସିନେମା ସହ ସମ୍ପୃକ୍ତ ଲୋକ କହନ୍ତି ରିଭ୍ୟୁ ଦଉଛ l କିନ୍ତୁ ସେସବୁ ମୋର ରିଭ୍ୟୁ ନୁହେଁ ଜଣେ ଦର୍ଶକର ପ୍ରତିକ୍ରିୟା ମାତ୍ର l ଆଜି ସୁଶାନ୍ତ ମଣିଙ୍କ ନିର୍ଦେଶିତ ‘ପାଦେ ଆକାଶ ‘ ଦେଖିବା ପରେ କିଛି ଲେଖିବା ପାଇଁ ମନ ହେଲା l ଡକ୍ଟର ଶ୍ରୁତି ମହାପାତ୍ରଙ୍କୁ ତାଙ୍କ ଦୁର୍ଘଟଣା ସମୟ ରୁ ଦେଖି ଆସୁଛି l ଦୁର୍ଘଟଣା ପରବର୍ତ୍ତୀ ସମୟରେ ତାଙ୍କ ସଂଗ୍ରାମ ଓ ସଫଳତାର କାହାଣୀକୁ ଅଙ୍ଗେ ନିଭେଇଛି l ତାଙ୍କ ଅନୁଷ୍ଠାନ ସ୍ୱାଭିମାନ ପାଇଁ ଦି’ଥର କାମ ଵି କରିଛି l ଆଜି ପରଦାରେ ଡକ୍ଟର ମହାପାତ୍ରଙ୍କ କାହାଣୀ ଦେଖିବା ପରେ, ହୃଦୟରୁ ବାହାରି ଆସିଲା ‘ ବାଃ ‘
ପାଦେ ଆକାଶ ଗୋଟେ ସୁନ୍ଦର ଭାବେ ଲେଖାଯାଇଥିବା ସିନେମା ଯାହାକୁ ଅତି ନିଷ୍ଠାପର ଭାବେ ଜୀବନ୍ୟାସ ଦେଇଛନ୍ତି ସୁଶାନ୍ତ ମଣି ଶୁଭ୍ରାଂଶୁ ଦାଶ , ଫଲ୍ଗୁ ଶତପଥୀ, ଦେବୀଦତ୍ତ ମହାନ୍ତି, ଭରଦ୍ୱାଜ ପଣ୍ଡା ଓରଫ ଜୁଲୁ ଏବଂ ପୁରା ଟିମ l ସିନେମାଟୋଗ୍ରାଫି, ଏଡିଟିଂ, ଆବହ ସଂଗୀତ ସବୁଦୃଷ୍ଟିରୁ ପାଦେ ଆକାଶ ଏକ ଦୃଷ୍ଟାନ୍ତ l ଭାରି ସଫା ସୁତୁରା ସରଳ ଫିଲ୍ମଟିଏ l ଶୁଭ୍ରାଂଶୁଙ୍କୁ ଅଶେଷ ସାଧୁବାଦ ଶ୍ରୁତିଙ୍କ କାହାଣୀ କୁ ପ୍ରତ୍ୟେକଟି ଫ୍ରେମରେ ଏମିତି ସଜାଡିଛନ୍ତି ଯେ ତିନିଘଣ୍ଟା କାଳ ଦର୍ଶକ ହଜୁଛି ଯେ ପୁଣି ନିଜକୁ ଖୋଜି ପାଉଛି ସିନେମା ଶେଷରେ l
ଏଇ ଫିଲ୍ମରେ ଅର୍ଚିତାଙ୍କ ଅଭିନୟ ତାଙ୍କ କ୍ୟାରିୟର ର ଗୋଟେ ମାଇଲଖୁଣ୍ଟ କହିଲେ ଭୁଲ ହେବ ନାହିଁ l ଯେଉଁମାନେ ଶ୍ରୁତି ମହାପାତ୍ରଙ୍କ ସହ ମିଶିଛନ୍ତି, ସେମାନେ ଲକ୍ଷ୍ୟ କରିଥିବେ ଅର୍ଚିତା ପ୍ରତିଟି ସିନ ରେ ଠିକ ତାଙ୍କ ପରି ହାତର movement କରିଛନ୍ତି l କେତେ ଡିଟେଲିଙ୍ଗର ସହିତ ଅବଜର୍ଭ କରିଛନ୍ତି ସେ l ହର ରଥ ତ ଜିନିୟସ l କମାଲ କରିଛନ୍ତି ସେ l ଆଉ ସ୍ମିତା ମହାନ୍ତି ଵି କିଛି କମ ନୁହନ୍ତି l ବଲିଉଡ କଳାକାର ରାଜେଶ ଜୟସ ଵି ପ୍ରତି ଦୃଶ୍ୟକୁ ଡୋମିନେଟ କରିଛନ୍ତି l ମୋଟାମୋଟି ଭାବେ କହିବାକୁ ଗଲେ ପାଦେ ଆକାଶ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କଲାଭଳି ଏକ ଅନନ୍ୟ ସିନେମା l
ଏଇଥି ଗୋଟେ କଥା ଲେଖିବି, 2009 ମସିହାରେ ଶ୍ରୁତି ତାଙ୍କ ଲଢେଇରେ ବିଜୟୀ ହୋଇଥିଲେ l ରାଜ୍ୟ ସରକାର ଶ୍ରୀମନ୍ଦିର ରେ wheel chair acess ପାଇଁ ବ୍ୟବସ୍ଥା କରିଥିଲେ l ଏହାକୁ ଫିଲ୍ମ ରେ ଦେଖାଯାଇଥିବା ଦୃଶ୍ୟ ସହ କେମିତି କୌଣସି ପ୍ରକାରେ ଯୋଡ଼ିଥିଲେ ଭଲ ହେଇଥାନ୍ତା ବୋଲି ଭାବୁଛି l ଆଉ ଗୋଟେ କଥା ହେଉଛି ଶ୍ରୁତି ମହାପାତ୍ର ଦିବ୍ୟାଙ୍ଗ ପିଲା ମାନଙ୍କୁ ମୁଖ୍ୟ ସ୍ରୋତ ରେ ସାମିଲ କରାଇବା ପାଇଁ ସେମାନଙ୍କ ସହ ସାଧାରଣ ପିଲାଙ୍କର ଏକା ବାର୍ଷିକ ଜାତୀୟ ସ୍ତରରେ ସମ୍ମେଳନ ଅଞ୍ଜଳି ଆୟୋଜନ କରି ଆସୁଛନ୍ତି, ଯାହାକି ସାରା ଦେଶରେ ଏଭଳି ଏକ ନିଆରା ପ୍ରୟାସ ଯାହାକୁ ଫିଲ୍ମ ରେ ମଧ୍ୟ ଯୋଡ଼ା ଯାଇପାରିଥାଆନ୍ତା l କିନ୍ତୁ ଯେତିକି ଵି ହେଇଛି, ଚିତ୍ତାକର୍ଷକ, ହୃଦୟସ୍ପର୍ଶୀ ହୋଇଛି l ଆଜି ଆପଣ ଓଡ଼ିଶା ରେ ଯୁଆଡେ ଯାଆନ୍ତୁ, ସ୍କୁଲ, କଲେଜ ଏପରି କି ଶୌଚାଳୟ ରେ Ramp ର ବ୍ୟବସ୍ଥା ହେଇଛି, ଆଉ ତାହା କେବଳ ଶ୍ରୁତି ମହାପାତ୍ରଙ୍କ ଯୋଗୁ l ଫିଲ୍ମ ଶେଷବେଳ କୁ ଏଭଳି ଦୃଶ୍ୟର ଅବତାରଣା କରା ଯାଇଛି, ଯାହା ପାଇଁ ନିର୍ଦେଶକ ଓ ଲେଖକଙ୍କୁ ସାଧୁବାଦ l
ମତେ ସିନେମାରେ ପ୍ରଭାବିତ କରିଥିବା ନିମ୍ନଲିଖିତ କେତୋଟି ଦୃଶ୍ୟ :
1.ଶ୍ରୁତିଙ୍କୁ ବହୁତ ଜୋରରେ ପରିସ୍ରା ଲାଗିଛି, ବାଧ୍ୟ ହେଇ ତାଙ୍କ ଡ୍ରାଇଭର ବିରାଟ ତଳ ମହଲାର ଟଇଲେଟକୁ ଟେକି ଟେକି ନେଉଛନ୍ତି, କିନ୍ତୁ ବାଟରେ ଶ୍ରୁତିଙ୍କର ପରିସ୍ରା ହେଇଯାଇଛି l
2.ଶ୍ରୁତି ତାଙ୍କ ଭିନ୍ନକ୍ଷମ ଅବସ୍ଥାରେ ହତାଶ ହେଇ କାନ୍ଦି କାନ୍ଦି ତାଙ୍କ ଗୋଡ କୁ ବାଡ଼ି ରେ ପିଟୁଛନ୍ତି l
3.ଶ୍ରୁତି ଗାଡିରେ ଯିବା ବେଳେ ତାଙ୍କ ପ୍ରେମିକଙ୍କ ବାହାଘର ପ୍ରୋସେସନ ଦେଖିବା ପରେ ଏକ୍ସପ୍ରେସନ ଦେଉଛନ୍ତି
- ଟ୍ରେନରେ ତଳ ବର୍ଥ ନ ମିଳିବା ଯୋଗୁ ଶ୍ରୁତି ମହାପାତ୍ର ଟୟଲେଟ ପାଖରେ wheel chair ରେ ବସି ବସି ଯାଉଛନ୍ତି
- ଶ୍ରୀକ୍ଷେତ୍ର ରେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯିବା ବେଳେ ତାଙ୍କ ଡ୍ରାଇଭର ବିରାଟ ଟେକି ଟେକି ଜଗନ୍ନାଥଙ୍କୁ ଦର୍ଶନ କରାଉଛନ୍ତି l ଆଉ ପଣ୍ଡା ମାନେ ତାଙ୍କୁ ଥଟ୍ଟା ଟାପରା karuchhantil
ଶେଷରେ ଏତିକି କହିବି ଓଡ଼ିଆ ସିନେମା କ୍ଷେତ୍ରରେ ଗୋଟିଏ ଜାତୀୟ ସ୍ତରୀୟ ବାଇଓପିକ ଦେଖିବାର ସୁଯୋଗ ମିଳିଲା