କୋରାପୁଟ ଲୋକସଭା ଫଳାଫଳ ବଦଳାଇବ ଇଣ୍ଡିଆ ମେଣ୍ଟ ସମୀକରଣ, ସ୍ୱାଧିନ ବିଧାୟକ ସହ କଂଗ୍ରେସ ଏମପି ପ୍ରାର୍ଥୀଙ୍କ ଜିତିବାରେ ଶ୍ରୀକାନ୍ତଙ୍କ ଭୂମିକା ନେଇ ଚର୍ଚ୍ଚା..

ଭୁବନେଶ୍ୱର :  ଶୀର୍ଷକଟି ପଢି ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ।  କାରଣ ଗତ ୨୦୧୯ ସାଧାରଣ ନିର୍ବାଚନରେ କୋରାପୁଟ ଲୋକସଭା ଆସନ କଂଗ୍ରେସ ଜିତିଥିଲା। ନୂଆ କରି ଛିଡ଼ା ହୋଇଥିବା ସପ୍ତଗିରୀ ଉଲ୍ଲାକା ପ୍ରଥମ ଥର ସାଂସଦ ହୋଇଥିଲେ। ଏହି ଲୋକସଭା ଅଧିନରେ ଥିବା ବିଧାନସଭା ଆସନ ଗୁଡିକ ବିଜେଡି , କଂଗ୍ରେସ ଏବଂ ସ୍ୱାଧିନକୁ ଯାଇଥିଲା। ମାତ୍ର କୋରାପୁଟ ଲୋକସଭା ଫଳାଫଳ ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ସଂଯୋଗ ନିକଟରେ ଚର୍ଚ୍ଚାର କାରଣ ହୋଇଥିଲା। ଗତ ନିର୍ବାଚନ ପୂର୍ବରୁ ବହୁଜନ ବର୍ଗର ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦାବି କରିବାକୁ ଶ୍ରୀ ଜେନାଙ୍କୁ ରାହୁଲ ଗାନ୍ଧୀ ବାହାରର ରାସ୍ତା ଦେଖାଇ ଦେଇଥିଲେ। ତେଣୁ କଂଗ୍ରେସର ବିଜୟ ସହ ଦଳରୁ ନିଲମ୍ବିତ ହୋଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କ ସମ୍ପର୍କ କଣ ବୋଲି ପ୍ରଶ୍ନ ଉଙ୍କିମାରେ।

ସ୍ଥାନୀୟ ଅଞ୍ଚଳରେ ଲୋକପ୍ରିୟତା ଥିବା ସତ୍ତ୍ୱେ ମକରନ୍ଦ ମୁଦୁଲିଙ୍କୁ ଶ୍ରୀକାନ୍ତ ଜେନାଙ୍କ ଅନୁଗତ ବୋଲି କଂଗ୍ରେସ ଟିକେଟରୁ ବଞ୍ଚିତ କରାଗଲା। ମାତ୍ର ଶ୍ରୀ ମୁଦୁଲି ସ୍ୱାଧିନ ଭାବେ ନାମାଙ୍କନ ଦାଖଲ କଲେ। ଶ୍ରୀକାନ୍ତ ଜେନା ଏବଂ ସାମାଜିକ ନ୍ୟାୟ ଅଭିଯାନର ବହୁ କର୍ମୀ ଶ୍ରୀ ମୁଦୁଲିଙ୍କ ପାଇଁ ପ୍ରଚାର କଲେ। ସେମାନେ ବିଧାନସଭାରେ ମୁଦୁଲିଙ୍କ ପାଇଁ ପ୍ରଚାର କରିଥିଲା। ମାତ୍ର ଲୋକସଭା ପାଇଁ କଂଗ୍ରେସ ଭୋଟ ଯେପରି ବିଭାଜନ ନ ହୁଏ, ସେ ଦିଗ ପ୍ରତି ଯତ୍ନବାନ ଥିଲେ। ଯାହା ଫଳାଫଳରୁ ସ୍ପଷ୍ଟ ହୋଇଛି। ନିକଟରେ କେଉଁ ବରିଷ୍ଠ ନେତାଙ୍କ ଲୋକସଭା ଫଳାପଳରେ କଣ ଅବଦାନ ବୋଲି କଂଗ୍ରେସର ଏକ ଘରୋଇ ଟିମ୍ ସର୍ଭେକ୍ଷଣରେ ଏହି ତଥ୍ୟପ୍ରଦାନ କରିଛି। କଂଗ୍ରେସର ଲୋକସଭା ଭୋଟ କୋରାପୁଟରେ ଯେପରି ବିଭାଜନ ନ ହୁଏ, ସେଥିପ୍ରତି ଶ୍ରୀ ଜେନାଙ୍କ ଗୋଷ୍ଠୀ ଗୁରୁତ୍ୱ ଦେଇଥିଲେ।  ରାୟଗଡ଼ା ବିଧାନସଭାରେ କଂଗ୍ରେସ ତାହାର ପ୍ରାର୍ଥୀ ଅପେକ୍ଷାକୃତ କମ୍ ଭୋଟ ପାଇଥିଲେ। ମାତ୍ର ବିଧାୟକ ପ୍ରାର୍ଥୀଙ୍କ ଠାରୁ ଲୋକସଭା ପ୍ରାର୍ଥୀଙ୍କୁ ଅଧିକ ଭୋଟ ମିଳିଥିଲା। ଏହି ଭୋଟର ତାରତମ୍ୟ ୨୬,୫୦୦ ରହିଥିଲା।

ରାୟଗଡ଼ା ବିଧାନସଭାରେ କଂଗ୍ରେସ ଲୋକସଭା ପ୍ରାର୍ଥୀ ୬୪୬୨ , ଲକ୍ଷ୍ମୀପୁର ୮୨୫୭, ଜୟପୁର ୭୧୬ ଅଧିକ ଭୋଟ ପାଇଥିଲା। ମାତ୍ର ଜୟପୁର କଂଗ୍ରେସ ପ୍ରାର୍ଥୀ ତାରା ବାହିନୀପତି ଯଥେଷ୍ଟ ଅଧିକ ଭୋଟରେ ବିଜୟୀ ହୋଇଥିଲେ। ତେଣୁ ଦଳର ନିଲମ୍ବନ ସତ୍ତ୍ୱେ ଶ୍ରୀକାନ୍ତ ସମର୍ଥିତ ବିଧାୟକ ପ୍ରାର୍ଥୀଙ୍କ କ୍ୟାମ୍ପ ଲୋକସଭାରେ କଂଗ୍ରେସ ସମ୍ମାନ ରଖିଥିଲେ। ଏହି ତଥ୍ୟ ଓଡ଼ିଶା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଥିବା ଜଣେ ପୂର୍ବତନ ବିଧାୟକ ଆଲୋଚନା କରିଥିଲେ। କୋରାପୁଟ ଲୋକସଭା ଏବଂ ରାୟଗଡ଼ା ବିଧାନସଭା ସମ୍ପର୍କିତ ଏକ ତଥ୍ୟଗତ ବିଶ୍ଲେଷଣ ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *