ଓଡିଶାକୁ ବିପଦ ଖରାଦିନିଆ ବାତ୍ୟା

ଭୂବନେଶ୍ବର ; ଓଡିଶା ଏବଂ ବାତ୍ୟାର ସମ୍ପର୍କ କାହିଁ କେଉଁ ଦିନରୁ । ପ୍ରତିବର୍ଷ ଓଡିଶାକୁ କିଛି ନା କିଛି ପ୍ରାକୃତିକ ବିପର୍ଯ୍ୟୟ ଗ୍ରାସ କରିଥାଏ । କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ଓଡିଶାକୁ ବାତ୍ୟା ସବୁଠୁ ଅଧିକ ପ୍ରଭାବିତ କରିଛି । ସେ ୧୯୯୯ର ମହାବାତ୍ୟା ହେଉ ଅବା ୨୦୧୯ର ଫନି, ରାଜ୍ୟର କରୁଣ ଚିତ୍ରରେ ଓଦା ହୋଇଛି ଓଡିଶାର ମାଟି । ୨୦୧୩ରୁ ୨୦୨୦ ଭିତରେ ୫ଟି ବାତ୍ୟାରେ ପ୍ରଭାବିତ ହୋଇଛି ଏହି ରାଜ୍ୟ । ୨୦୧୩ ରେ (ଫାଇଲିନ) ଚଉଦରେ (ହୁଡୁହୁଡୁ) ଅଠରରେ (ତିତିଲି) ୨୦୧୯ ରେ ( ଫନି) ଏବଂ କୋଡିଏରେ ( ଅମ୍ଫନ)ରେ କ୍ଷତିଗ୍ରସ୍ତ ହୋଇଛି ଓଡିଶା। ୨୦୧୯ ପୂର୍ବରୁ ଓଡିଶା ପାଇଁ ଖରାଦିନିଆ ବାତ୍ୟା ସାଧାରାଣ ଘଟଣା ନଥିଲା , କିନ୍ତୁ ଏପ୍ରିଲ-ମେ ମାସରେ ପ୍ରଥମେ ଫନି ଓଡିଶା ଉପକୂଳ ଛୁଇଁଲା , ତାପରେ ୨୦୨୦ରେ ଅମ୍ଫନ ଏବଂ ୨୦୨୧ ଏପ୍ରଲ-ମେ ରେ ୟସ୍ ପରଠୁ ଓଡିଶା ପାଇଁ ଖରାଦିନିଆ ବାତ୍ୟା ସାଧାରଣ ଘଟଣା ହେବାରେ ଲାଗିଲା । ୧୯୮୧ ରୁ ୨୦୧୭ ପର୍ଯ୍ୟନ୍ତ ଖରାଦିନ ଭିତରେ ବଙ୍ଗୋପସାଗରରେ ମୋଟ୍ ୧୪ ଟି ବାତ୍ୟା ସୃଷ୍ଟି ହୋଇଛି ।କେତେକ ଓଡିଶାରେ ମାଡ ହୋଇଛି ତ ପୁଣି କେତେବେଳେ ଗତିପଥ ବଦଳାଇ ଅନ୍ୟ ରାଜ୍ୟରେ କ୍ଷୟକ୍ଷତି କରିଛି । ତେବେ ପୁଣି ଏକ ଖରାଦିନିଆ ବାତ୍ୟା ବଙ୍ଗୋପସାଗରରେ ଅବପାତର ରୂପ ନେଇଁ ଆଣ୍ଡାମାନ ନିକୋବର ଦୀପପୂଞ୍ଜ , ବାଂଲାଦେଶ ଓ ମିଆଁମାର ଆଡକୁ ମୁହାଁଇଛି ।