ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ପାଇଁ ଏପର୍ଯ୍ୟନ୍ତ କେତେ ମିଳିଛି ଦାନ ଜାଣନ୍ତୁ …
ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରରେ ଭଗବାନ ରାମଲାଲାଙ୍କ ପୂଜାର୍ଚ୍ଚନା ପାଇଁ ଆଉ ମାତ୍ର କିଛି ଦିନ ବାକି ରହିଛି। ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ ଦେଶ ବିଦେଶରୁ ଆସିଥିବା ରାମ ଭକ୍ତମାନେ ଉଦାରତାର ସହ ଦାନ କରିଛନ୍ତି। ଯେତେବେଳେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ ହୋଇଥିଲା, ସେତେବେଳେ କେହି ବିଶ୍ୱାସ କରିନଥିଲେ ଯେ ରାମ ଭକ୍ତମାନେ ଏତେ ମାତ୍ରାରେ ଦାନ କରିବେ ଯେ ତାଙ୍କ ସୁଧ ଅର୍ଥରେ ମନ୍ଦିରର ପ୍ରଥମ ମହଲା ପ୍ରସ୍ତୁତ ହୋଇଯିବ । ଅଯୋଧ୍ୟାର ରାମ ମନ୍ଦିରକୁ ଦାନ କରିଥିବା ଏକାଧିକ ରାମ ଭକ୍ତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ରାମ ମନ୍ଦିରକୁ ୫ ହଜାର କୋଟିରୁ ଅଧିକ ଟଙ୍କାର ଦାନ ମିଳିସାରିଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଅନୁଯାୟୀ, ମନ୍ଦିରର ସମର୍ପଣ ପାଣ୍ଠି ଆକାଉଣ୍ଟକୁ ଏପର୍ଯ୍ୟନ୍ତ ୩୨୦୦ କୋଟି ଟଙ୍କା ମିଳିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାମ ମନ୍ଦିର ଟ୍ରଷ୍ଟ ଦେଶର ୧୧ କୋଟି ଲୋକଙ୍କଠାରୁ ୯୦୦ କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। କିନ୍ତୁ ଡିସେମ୍ବର ସୁଦ୍ଧା ଭଗବାନ ରାମଙ୍କ ମନ୍ଦିର ପାଇଁ ୫ ହଜାର କୋଟିରୁ ଅଧିକ ଦାନ ମିଳିସାରିଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଅନୁଯାୟୀ, ରାମ ମନ୍ଦିର ନିର୍ମାଣ ପାଇଁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୮ କୋଟି ରାମ ଭକ୍ତ ଇଣ୍ଡିଆନ୍ ନ୍ୟାସନାଲ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ବରୋଦାର ଆକାଉଣ୍ଟରେ ପ୍ରାୟ ୩୨୦୦ କୋଟି ଟଙ୍କା ସମର୍ପଣ ପାଣ୍ଠି ଜମା କରିଛନ୍ତି। ଏହି ବ୍ୟାଙ୍କ ଆକାଉଣ୍ଟରେ ମିଳିଥିବା ଦାନ ଟଙ୍କାକୁ ଟ୍ରଷ୍ଟ ଫିକ୍ସ ଡିପୋଜିଟ୍ କରାଇଥିଲା , ଯେଉଁ ସୁଧରୁ ମନ୍ଦିରର ବର୍ତ୍ତମାନର ରୂପ ନିର୍ମାଣ କରାଯାଇଛି ।
ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ପାଇଁ ଆଧ୍ୟାତ୍ମିକ ମୋରାରି ବାପୁ ସର୍ବାଧିକ ଦାନ କରିଛନ୍ତି। ରାମ ମନ୍ଦିର ପାଇଁ ମୋରାରି ବାପୁ ୧୧.୩ କୋଟି ଟଙ୍କା ଦାନ କରିଛନ୍ତି।