LIC ର ସୁପରହିଟ୍ ପ୍ଲାନ୍; ସରକାରୀ ଚାକିରୀ ନଥିଲେ ମଧ୍ୟ ପାଇ ପାରିବେ ପେନସନ କେମିତି ଜାଣନ୍ତୁ..

ଆଜିର ଦରଦାମ ବୃଦ୍ଧିର ସମାଜରେ ବଞ୍ଚିବାକୁ ହେଲେ ଆପଣଙ୍କୁ ରିଟୟରମେଣ୍ଟ ପ୍ଲାନିଙ୍ଗ ନିହାତି ଆବଶ୍ୟକ । ତେବେ ଯଦି ଆପଣ ସରକାରୀ କର୍ମଚାରୀ ଭାବେ କାମ କରୁଥିବେ ତେବେ ଆପଣଙ୍କ ଅବସର ପରେ ପେନସନ୍ ର ଲାଭ ଉଠାଇ ପାରିବେ । କିନ୍ତୁ ଆମେ ଆଜି ଆପଣଙ୍କୁ ଏପରି ଏକ ପ୍ଲାନ ବିଷୟରେ କହିବାକୁ ଯାଉଛୁ ଯାହା ବେସରକାରୀ କର୍ମଚାରୀମାନଙ୍କୁ ଅବସର ପରେ ପେନସନ ଯୋଗାଇବ । ତେବେ କଣ ଏହି ପ୍ଲାନ ଓ କଣ ରହିଛି ଏହାର ଲାଭ ଆସନ୍ତୁ ସେହି ବିଷୟରେ ଜାଣିବା-

ଜୀବନ ବୀମା ନିଗମ ବା ଏଲ୍ଆଇସି ତାର ପ୍ଲାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ । ସୁରକ୍ଷିତ ନିବେଶ ପାଇଁ ବହୁ ନିବେଶକ ଏଲ୍ଆଇସି ଉପରେ ଭରସା ମଧ୍ୟ କରିଥାନ୍ତି । ତେବେ ଏଲ୍ଆଇସିର ଏପରି ମଧ୍ୟ ପ୍ଲାନ ରହିଛି ଯେଉଁଥିରେ ବେସରକାରୀ କର୍ମଚାରୀମାନେ ମଧ୍ୟ ଅବସର ପରେ ପେନସନ ପାଇପାରିବେ । ରିଟାରୟମେଣ୍ଟ କର୍ପୋସ ପ୍ଲାନରେ ନିବେଶ କରିବା ପାଇଁ ବହୁ ବିକଳ୍ପ ଉପଲବ୍ଧ ରହିଛି । ତେବେ ତାହା ମଧ୍ୟରୁ ଏଲ୍ଆଇସିର ଏନ୍ୟୁଇଟି ପ୍ଲାନ ଏଲ୍ଆଇସି ଜୀବନ ଅକ୍ଷୟ ପଲିସ ସାମିଲ ରହିଛି । ରିଟାୟରମେଣ୍ଟ ପ୍ଲାନିଙ୍ଗ ପାାଇଁ ଆପଣ ଏହି ପ୍ଲାନ ନେଇପାରିବେ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହାର ସ୍କିମ୍ ।

କେତେ ମିଳିବ ପେନସନ
ଆପଣମାନେ ଏହି ଯୋଜନାରେ ଯେତେ ଅଧିକ ବିନିଯୋଗ କରିବେ, ସେତେ ଅଧିକ ପେନସନ୍ ପାଇପାରିବେ । ଏହି ଯୋଜନାରେ ସର୍ବନିମ୍ନ ୧ ଲକ୍ଷ ଟଙ୍କା ବିନିଯୋଗ କରିପାରିବେ ଏବଂ ଏଥିପାଇଁ ସର୍ବନିମ୍ନ ବୟସ ସୀମା ୩୦ ବର୍ଷ ରହିବା ଆବଶ୍ୟକ । ଯଦି ଆପଣ ଏହି ଯୋଜନାରେ ୫ ଲକ୍ଷ ଟଙ୍କା ବିନିଯୋଗ କରନ୍ତି, ତେବେ ଆପଣ ବାର୍ଷିକ ୨୮,୬୨୫ ଟଙ୍କାର ରିଟର୍ଣ୍ଣ ପାଇବେ । ତେବେ ମାସକୁ ୨୩୧୫ ଟଙ୍କା, ତିନି ମାସିକୁ ୬,୯୮୮ ଟଙ୍କା ଏବଂ ୬ ମାସକୁ ୧୪,୦୮୮ ଟଙ୍କାର ପେନସନ୍ ଆପଣମାନେ ପାଇପାରିବେ।

ମାସିକ ୧୬ ହଜାର ଟଙ୍କା ପାଇବା ପାଇଁ କେତେ ନିବେଶ କରିବାକୁ ପଡ଼ିବ

ଅବସର ପରେ ଯଦି ଆପଣ ଏଲ୍ଆଇସି ଜୀବନ ଅକ୍ଷୟ ଯୋଜନା ମାଧ୍ୟମରେ ପ୍ରତି ମାସରେ ୧୬,୦୦୦ ଟଙ୍କା ପେନସନ୍ ପାଇବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ୩୫ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପଡିବ । ଏହା ସହିତ, ଆପଣ ପ୍ରତି ମାସରେ ୧୬,୪୭୯ ଟଙ୍କା, ୩ ମାସରେ ୪୯,୭୪୪ ଟଙ୍କା, ୬ ମାସକୁ ୧,୦୦,୨୭୫ ଟଙ୍କା ଏବଂ ବାର୍ଷିକ ୨,୦୩,୭୦୦ ଟଙ୍କା ପେନସନର ଲାଭ ପାଇପାରିବେ ।

Leave a Reply

Your email address will not be published. Required fields are marked *