ଏହି ଦୁଇଟି ଚ୍ୟାନେଲ୍ ମାଗଣାରେ ଦେଖାଇବେ ଭାରତ – ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ । କିପରି ଆସନ୍ତୁ ଜାଣିବା ,,,,,,, 

ଭୁବନେଶ୍ବର: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୱେଷ୍ଟଇଣ୍ଡିଜକୁ ଭେଟିବାକୁ ଯାଉଛି। ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ୧୨ ଜୁଲାଇ, ବା ଆସନ୍ତାକାଲି ଡୋମିନିକାରେ ଖେଳାଯିବ | ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଦଳର ରେକର୍ଡ କାରିବିଆନ୍ ମାଟିରେ ବହୁତ ଭଲ ରହିଛି । ଏହିପରି ଅନ୍ୟପକ୍ଷରେ ଗତ କିଛିଦିନ ତଳେ ୱେଷ୍ଟଇଣ୍ଡିଜ୍ ୨୦୨୩ ବିଶ୍ୱକପ୍ ଖେଳିବାର ସ୍ୱପ୍ନ ଭାଙ୍ଗି ଯାଇଛି। ତେବେ ଏହି ଶୃଙ୍ଖଳାକୁ ନେଇ ଭାରତୀୟ କ୍ରୀଡ଼ା ପ୍ରେମୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ଖେଳ କେତେବେଳେ ଆରମ୍ଭ ହେବ ଏବଂ କେଉଁ ଚ୍ୟାନେଲରେ ପ୍ରସାରିତ ହେବ ? ତେବେ ଆସନ୍ତୁ ଜାଣିବା ,,,,,

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଜୁଲାଇ ୧୨ ଅଥବା ଆସନ୍ତାକାଲି ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଡୋମିନିକାର ୱିଣ୍ଡସର ପାର୍କରେ ଭାରତୀୟ ସମୟ ଅନୁଯାୟୀ ସନ୍ଧ୍ୟା ୭.୩୦ ଖେଳାଯିବ । ଏହି ମ୍ୟାଚକୁ ଦେଖିବା ପାଇଁ ଆପଣଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବନି । କାରଣ ଏହା ଡିଡି ସ୍ପୋର୍ଟସରେ ମାଗଣାରେ ଦେଖିପାରିବେ । ସେହିପରି ଯଦି ଆପଣ ଜିଓ ବ୍ୟବହାର କରୁଛନ୍ତି ଜିଓ ସିନେମାରେ ମାଗଣାରେ ଏହି ମ୍ୟାଚର ମଜା ନେଇ ପାରିବେ।

Leave a Reply

Your email address will not be published. Required fields are marked *