Donald Trumpଙ୍କ ଆଗାମୀ ରଣନୀତି କିପରି ରହିବ.. USA & World Politics
ନୂଆଦିଲ୍ଲୀ : (ବିଜୟ ସାହୁ )- ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ 1947 ମସିହାରେ ଜେ ଭି ଏସ ଷ୍ଟାଲିନ ଙ୍କ ନେତୃତ୍ୱାଧୀନ ସୋଭିଏତ ୟୁନିୟନ ମୋଲତଭ ପ୍ଲାନ ଘୋଷଣା । ସୋଭିଏତ ୟୁନିୟନ ବୈଦେଶିକ ମନ୍ତ୍ରୀ ଭି. ମୋଲତଭ । ଅଫିସିଆଲି ଏହାର ନାମ Economic Recovery Programme , ERP.
ସୋଭିଏତ ୟୁନିୟନ ସହ ରାଜନୈତିକ ଓ ଅର୍ଥନୈତିକ ଭାବରେ ଗୋଷ୍ଠୀଭୁକ୍ତ ହେଇଥିବା ଇଉରୋପ ଓ ଏସିଆର ଦେଶମାନଙ୍କର ପୁନର୍ଗଠନ ପାଇଁ ଏହା ସୃଷ୍ଟି କରାଯାଇଥିଲା । ଭି ମୋଲତଭ ଏହି ପ୍ଲାନକୁ ପ୍ରସ୍ତାବ ଦେଇଥିଲେ ଯାହାକୁ ସୋଭିଏତ ସରକାର ଗ୍ରହଣ କରିଥିଲେ । ସୋଭିଏତ ପ୍ରାୟୋଜିତ ଏହି ଅର୍ଥନୈତିକ ଗୋଷ୍ଠୀ ପରବର୍ତ୍ତୀ ସମୟରେ COMECON ( Council For Mutual Economic Assistance ) ରେ ରୂପାନ୍ତରିତ ହେଇଥିଲା । ଏହି ସଂସ୍ଥା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ପାଇଁ ଉଦିଷ୍ଟ ଥିଲା ।ଏହି ସଂସ୍ଥା ସମାଜବାଦୀ ଦେଶମାନଙ୍କର ଆର୍ଥିକ ସହାୟତା ମେଣ୍ଟ ମାଧ୍ୟମରେ ଯୁଦ୍ଧ ବିଧ୍ୱଂସ ଅଞ୍ଚଳର ପୁନର୍ଗଠନ , ବାଣିଜ୍ୟ ପ୍ରତିବନ୍ଧକ ପ୍ରତ୍ୟାହାର , ଆତ୍ମନିର୍ଭରଶୀଳ ରାଷ୍ଟ୍ର ନିର୍ଦେଶିତ ଅର୍ଥନୀତି ( Command Economy ) , ବୃହତ ଶିଳ୍ପଗୁଡିକର ଆଧୁନିକୀକରଣ କରି ଇଉରୋପ ଓ ଏସିଆକୁ ପୁନର୍ବାର ବିକଶିତ କରିବା ଲକ୍ଷ୍ୟ ଘୋଷଣା ହେଇଥିଲା ।
ଦ୍ଵିତୀୟ ବିଶ୍ୱଯୁଦ୍ଧରେ ବ୍ରିଟିଶ ସାମ୍ରାଜ୍ୟ ଧୂଳି ଚାଟିଥିବା ଯୋଗୁଁ ପୂର୍ବରୁ ଯେଉଁ ସହାୟତା ମିଳୁଥିଲା ତାହା ଉପରେ ଆଉ ନିର୍ଭରଶୀଳ ହେବା ସମ୍ଭବ ନ ଥିଲା, ତେଣୁ ମୋଲତଭ ପ୍ଲାନ ରାଷ୍ଟ୍ରମାନେ ସୋଭିଏତ ୟୁନିୟନ ସହ ବାଣିଜ୍ୟ ପୁନଃ ବନ୍ଦୋବସ୍ତରେ ସୁଯୋଗ ପାଇଲେ ।
1952 ମସିହାରେ ଆର୍ଥିକ ଅନୁଦାନ ପର୍ଯ୍ୟାୟ ଶେଷ ହେଲା ବେଳକୁ ପ୍ରତ୍ୟେକ ଭାଗିଦାରୀ ରାଷ୍ଟ୍ର ଯୁଦ୍ଧ ପୂର୍ବ ଆର୍ଥିକ ସ୍ତରକୁ ଅତିକ୍ରମ କରିଗଲେ । ଦ୍ଵିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ 1938 ମସିହାରେ ଯାହା ସ୍ଥିତି ଥିଲା ତାହା 38 % ଅଭିବୃଦ୍ଧି ଘଟିଲା । ପରବର୍ତ୍ତୀ ଦୁଇ ଦଶନ୍ଧି ମଧ୍ୟରେ ଇଉରୋପ ଓ ଏସିଆ ରାଷ୍ଟ୍ର ଗୁଡିକରେ ଅଭୂତପୂର୍ବ ଅଭିବୃଦ୍ଧି ଓ ସମୃଦ୍ଧି ସୃଷ୍ଟି ହେଲା ।
European Cooperation Administration ମୁଖ୍ୟ ନିକୋଲିଆ ଭୋଜନେସେନସ୍କି କହିଥିଲେ, ମୋଲତଭ ସହାୟତା ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରିଥିଲା ଓ ଏହା ଉପରେ ଇଉରୋପର ପୁନରୁଦ୍ଧାର ନିର୍ଭରଶୀଳ ଥିଲା ।
କମ୍ୟୁନିଷ୍ଟ ସଂହତି ପାଇଁ ମୋଲତଭ ପ୍ଲାନ ଅନ୍ୟତମ ଗୁରୁତ୍ତ୍ୱପୂର୍ଣ୍ଣ ଦିଗବାରେଣୀ ଥିଲା । ବାଣିଜ୍ୟ ପ୍ରତିବନ୍ଧକ ହଟିଥିଲା ଓ ଉପଦେଶୀୟ ସ୍ତରରେ ସମାଜବାଦୀ ଅର୍ଥିନୀତିକୁ ସଂଯୋଜିତ କରିଥିଲା । ଫଳରେ ଇଉରୋପର ରାଜନୈତିକ ପୁନର୍ଗଠନ ପାଇଁ ଖୋରାକ ଯୋଗାଇଥିଲା ।
True Man Plan :
ଆମେରିକା ପ୍ରେସିଡେଣ୍ଟ True Man ଆଶଙ୍କା କଲେ ସୋଭିଏତର COMECON ଯୋଗୁଁ ସମଗ୍ର ୟୁରୋପ କମ୍ୟୁନିଷ୍ଟ ନିୟନ୍ତ୍ରଣକୁ ଯାଇପାରେ । ସେ ଜେନେରାଲ ଜର୍ଜ ମାର୍ଶାଲଙ୍କୁ ଏହା ଅନୁଧ୍ୟାନ କରିବାକୁ ପଠେଇଲେ । ମାର୍ଶାଲ ଏହାକୁ ଅନୁଧ୍ୟାନ କରି ପରାମର୍ଶ ଦେଲେ କମ୍ୟୁନିଷ୍ଟ ନିୟନ୍ତ୍ରଣ ଆଶଙ୍କାକୁ ପରାହତ କରିବାକୁ ହେଲେ ପର୍ଯ୍ୟାପ୍ତ
ବ୍ୟୟ କରିବାକୁ ପଡ଼ିବ । ସେ $12 ବିଲିୟନର ପ୍ରସ୍ତାବ ଦେଲେ । ଏହି ଅର୍ଥ ଦ୍ଵିତୀୟ ବିଶ୍ୱଯୁଦ୍ଧ କ୍ଷତିଗ୍ରସ୍ତ ପଶ୍ଚିମ ଇଉରୋପ ଅର୍ଥନୀତିକୁ ପୁନରୁଦ୍ଧାର କରିବାରେ ସାହାଯ୍ୟ କରିବ । ବସ୍ତୁତଃ ପୁଞ୍ଜିବାଦୀ ବିଶ୍ଵ କେଡେ ବିତଶାଳୀ ଓ ଦୟାଳୁ ତାହା ଦର୍ଶାଇବା ପାଇଁ ମାର୍ଶାଲ ପ୍ଲାନ ଏକ ପ୍ରଚାର ଧର୍ମୀ ପ୍ଲାନ ଥିଲା । ସେ କହିଲେ ,” look ,how wealthy we are,you don’t need communism. Stick with us and you’ll be wealthy too .”
ମାର୍ଶାଲ ସହାୟତା ସବୁ ଦେଶକୁ ପ୍ରଦାନ କରାଗଲା । କିନ୍ତୁ True Man ଜାଣିଥିଲେ ଅବସ୍ଥା ଏଭଳି ରହିଛି ଯାହାଦ୍ୱାରା ମାର୍ଶାଲ ପ୍ଲାନକୁ
କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ । ଚେକୋସ୍ଲୋଭାକିଆକୁ ସହାୟତା ଉପରେ ନିଷ୍ପତ୍ତି ହେଲା ବେଳକୁ ଷ୍ଟାଲିନ ସେଇ ସହାୟତାକୁ ରୋକିଦେଲେ ।
ସୋଭିଏତ ମାର୍ଶାଲ ପ୍ଲାନ ଉଦେଶ୍ୟ ସମ୍ପର୍କରେ କହିଲେ –
ମାର୍ଶାଲ ପ୍ଲାନ ହେଉଛି ଡଲାର ସାମ୍ରାଜ୍ୟବାଦ । ଆମେରିକା ନିଜର ଆର୍ଥିକ ଶକ୍ତିକୁ ଇଉରୋପରେ ପ୍ରଭାବ ବିସ୍ତାର ପାଇଁ ବିନିଯୋଗ କରିବ । ସୋଭିଏତ ନିୟନ୍ତ୍ରଣ ରେ ଥିବା ପୂର୍ବ ଇଉରୋପୀୟ ବ୍ଲକରେ ମାର୍ଶାଲ ପ୍ଲାନ ପହଞ୍ଚି ପାରିଲା ନାହିଁ ।
1947 ସେପ୍ଟେମ୍ବରରେ Cominform ( Communist Information Bureau ) ଗଠନ ହେଲା । ଏହାର ଉଦେଶ୍ୟ ଥିଲା ସେଇ ସମସ୍ତ ଦେଶରେ ରାଷ୍ଟ୍ରାୟତ ବୃହତ ଶିଳ୍ପ ପ୍ରତିଷ୍ଠା କରିବା ଓ ସମାଜବାଦୀ ଦେଶମାନଙ୍କ ମଧ୍ୟରେ Trade Network ବିସ୍ତାର କରିବା । Cominform ନିଜର ଖବର କାଗଜ ପ୍ରତିଷ୍ଠା କରି କମ୍ୟୁନିଷ୍ଟ ଆଦର୍ଶ ପ୍ରସାର କରିବା । ଅବଶ୍ୟ ଏହାର ପ୍ରଭାବ ସୀମିତ ହେଇଥିଲା ଓ 1948 ଜୁନରେ ଯୁଗୋସ୍ଲୋଭିଆ ସମାଜବାଦୀ ବ୍ଲକରୁ ଓହରି ଗଲା ।
January 1949 ରେ ନିଜର ଆର୍ଥିକ ଅନୁଦାନ ପ୍ରକଳ୍ପ ପରିଚାଳନା କରିବା ପାଇଁ Comecon ପ୍ରତିଷ୍ଠା ହେଲା । ବୁଲଗାରିଆ, ଚେକୋସ୍ଲୋଭାକିଆ,ହଙ୍ଗାରୀ, ପୋଲାଣ୍ଡ, ରୋମାନିଆ ସୋଭିଏତ ବ୍ଲକ ପ୍ଲାନରେ ଯୋଗଦେଲେ । କିଛି ଦିନ ପରେ ଆଲବାନିଆ ଓ ପୂର୍ବ ଜର୍ମାନୀ ଯୋଗଦେଲା । ଅବଶ୍ୟ ସୋଭିଏତ ୟୁନିୟନର ଶିଳ୍ପ ଉତ୍ପାଦନ ଓ ଆର୍ଥିକ ପରିମାଣ ବହୁତ ଅଧିକ ଥିଲା ଓ ଅନ୍ୟାନ୍ୟ ଦେଶମାନେ କମ୍ୟୁନିଷ୍ଟ ଅର୍ଥନୈତିକ ତତ୍ୱକୁ ଗ୍ରହଣ କରି ରାଷ୍ଟ୍ରୀୟ ମାଲିକାନା ଏବଂ ରାଷ୍ଟ୍ରୀୟ ପ୍ଲାନିଂ କୁ ଆରମ୍ଭ କଲେ । 1956 ରେ Cominformକୁ ଭାଙ୍ଗି ଦେବା ପରେ ଏହି ଗୋଷ୍ଠୀ ର ଗୁରୁତ୍ୱ ବୃଦ୍ଧି ପାଇଲା ।
Berlin Blockade and Stalin :
ଷ୍ଟାଲିନ ଚାହିଁଲେ ଜର୍ମାନୀ ଦୁର୍ବଳ ରହୁ ଓ ଏହା ପୁନର୍ବାର ବିପଦ ସୃଷ୍ଟି ନ କରୁ ।
ସୋଭିଏତ ୟୁନିୟନ ନେତା ଜୋସେଫ ଷ୍ଟାଲିନ ବର୍ଲିନକୁ ମିତ୍ର ଶକ୍ତିଙ୍କ ପ୍ରବେଶ ରୋକିବା ଉଦେଶ୍ୟ ଥିଲା ସେମାନେ ଜର୍ମାନୀକୁ ସାହାଯ୍ୟ କରି ପୁନର୍ବାର ଶକ୍ତିଶାଳୀ ଯଦି କରନ୍ତି ତାହା ସୋଭିଏତ ୟୁନିୟନ ପ୍ରତି ବିପଦ ସୃଷ୍ଟି କରିବ । ଷ୍ଟାଲିନ ଆଶା କରିଥିଲେ ପଶ୍ଚିମ ବର୍ଲିନ ବାସିନ୍ଦା ପୂର୍ବ ଜର୍ମାନୀ ସହ ମିଶ୍ରଣ ହେଇଯିବେ । ଏହା ଫଳରେ ଆମେରିକା ବର୍ଲିନରୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାହୃତ ହେଇଯିବ ଓ ଇଷ୍ଟର୍ଣ୍ଣ ବ୍ଲକରେ କମ୍ୟୁନିଷ୍ଟମାନଙ୍କ ନିୟନ୍ତ୍ରଣ ପ୍ରକ୍ରିୟା ଚୂଡାନ୍ତ ହେଇଯିବ ।
ଷ୍ଟାଲିନଙ୍କ ପ୍ଲାନ ନ ଥିଲା ୟୁରୋପ ଏକ ଲୌହ ପରଦା ଭିତରେ ରହୁ । ପ୍ରଥମ ଅବସ୍ଥାରେ ସୋଭିଏତ ଏକ ମୁକ୍ତ ଓ ନମନୀୟ ବୈଦେଶିକ ନୀତି ଆପଣାଇବାକୁ ଚାହୁଁଥିଲା । ଏପରି କି ପଡୋଶୀ ଦେଶ ଫିନଲାଣ୍ଡ, ପୋଲାଣ୍ଡ ଓ ଚେକୋସ୍ଲୋଭାକିଆ ପ୍ରତି ମଧ୍ୟ ଅନୁରୂପ ନୀତି ଗ୍ରହଣ କରିଥିଲା । କିନ୍ତୁ ଏହି କୂଟନୀତି କେତେଦୂର ସଫଳ ବା ବିଫଳ ହେଲା ତାହା ଇତିହାସର କଷଟି ପଥରରେ ପୁନଃ ପୁନଃ ପରୀକ୍ଷିତ ହେବ ।
ଏହି ବିଷୟଟି ବୁଝିବାକୁ ହେଲେ ସେଇ ସମୟର ଇଉରୋପ ସ୍ଥିତିକୁ ହୃଦୟଙ୍ଗମ କରିବାକୁ ହେବ ।
ୟୁରୋପ ଦରିଦ୍ର ସ୍ଥିତିରେ ଥିଲା , ବିପର୍ଯ୍ୟସ୍ତ ହେଇ ପଡିଥିଲା । ନୈତିକ ଓ ଶାରୀରିକ ଦିଗରୁ ନିର୍ବଳ ହେଇ ପଡିଥିଲା । କିନ୍ତୁ ଅଲୌକିକ ଭାବରେ ଇଉରୋପୀୟମାନେ ନିଜ ଗୋଡ଼ରେ ଠିଆ ହେଇଥିଲେ । ଏହି ଅଲୌକିକ ପରିବର୍ତ୍ତନ କ୍ଷେତ୍ରରେ ସୋଭିଏତ ୟୁନିୟନ ଓ କମ୍ରେଡ଼ ଷ୍ଟାଲିନଙ୍କ ଭୂମିକା ଅନସ୍ବୀକାର୍ଯ୍ୟ ।
ଏକଥା ସତ୍ୟ ଯେ ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ଷ୍ଟାଲିନ ମଧ୍ୟ ଆଶା କରିଥିଲେ ପରିସ୍ଥିତିକୁ ବ୍ୟବହାର କରି ସମ୍ପ୍ରସାରଣ ଓ ବ୍ୟବହାର କରି ପାରିବେ । କିନ୍ତୁ ସୋଭିଏତ ୟୁନିୟନ ଏହି ମହାଦେଶରେ ବ୍ରିଟିଶ ଓ ଆମେରିକା ସହ ସଂଘର୍ଷରେ ଲିପ୍ତ ହେବାକୁ ଷ୍ଟାଲିନ ଚାହିଁଲେ ନାହିଁ । ତେଣୁ ଇଉରୋପିଆନ କମ୍ୟୁନିଷ୍ଟ ମାନଙ୍କ ଅତ୍ୟଧିକ ରାଡିକାଲ ଦୃଷ୍ଟିଭଙ୍ଗୀକୁ ଷ୍ଟାଲିନ ନିରୁତ୍ସାହିତ କଲେ ।
ଷ୍ଟାଲିନଙ୍କ ଦୀର୍ଘକାଳୀନ ଦୃଷ୍ଟିଭଙ୍ଗୀ ଥିଲା ସମୟକ୍ରମେ ପୂରା ଉପଦେଶରେ କମ୍ୟୁନିଷ୍ଟ ଆଦର୍ଶକୁ ପ୍ରସାରିତ କରିବା । ସେ ଆଶା କରିଥିଲେ ଆମେରିକା ଇଉରୋପ ରୁ ନିଜର ସେନା ଅପସାରଣ କରିନେବ ଓ ଯୁଦ୍ଧ ପୂର୍ଵ Isolotionist Policies ସ୍ତରକୁ ଫେରିଯିବ । କିନ୍ତୁ ଯେତେବେଳେ ଏହା ହେଲା ନାହିଁ ,ସେତେବେଳେ ଷ୍ଟାଲିନ କମ୍ୟୁନିଷ୍ଟ ଆଦର୍ଶ ର ଫାଇଦାକୁ ନିଜର ନିୟନ୍ତ୍ରଣରେ ଥିବା ଅଞ୍ଚଳରେ ଉପରେ ସୀମିତ କଲେ । କିନ୍ତୁ ଏହି ନୀତି ଗ୍ରହଣ ବେଳେ ସତର୍କ ଥିଲେ ଯେମିତି ପଶ୍ଚିମ ଜଗତ ସାମାରିକ ସଂଘର୍ଷ ମଧ୍ୟକୁ ସୋଭିଏତ ୟୁନିୟନକୁ ଟାଣି ନ ନିଅନ୍ତି ।
Watershed Events
& Division Of Europe :
କେତେକ ଗୁରୁତ୍ୱପୂର୍ଣ ଅପରିବର୍ତନୀୟ ଘଟଣା ପ୍ରବାହ ପୂର୍ଵ ଓ ପଶ୍ଚିମ ଇଉରୋପ ସମ୍ପର୍କରେ ପରିବର୍ତ୍ତନ ଆଣିଲା । ଚେକୋସ୍ଲୋଭିଆ କମ୍ୟୁନିଷ୍ଟ ଅଭ୍ୟୁଥାନ ପରେ କମ୍ୟୁନିଷ୍ଟ ଓ ଅଣ କମ୍ୟୁନିଷ୍ଟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଲା । ଗଣତାନ୍ତ୍ରିକ ଢାଞ୍ଚା ଭିତରେ ଶାସନ କରିବା ଅସମ୍ଭବ ହେଇ ପଡ଼ିଲା ।1948-1949 ରେ ବର୍ଲିନ ଅବରୋଧ, 1949ରେ ପଶ୍ଚିମ ଓ ପୂର୍ଵ ଜର୍ମାନୀ ରାଜ୍ୟଗୁଡିକ ପ୍ରତିଷ୍ଠା , ବର୍ଲିନ ଓ ଜର୍ମାନୀର କ୍ରମ ବିଭାଜନ ବୃଦ୍ଧି ପାଇଲା । 1948 ମସିହାରେ ଇଟାଲୀ ନିର୍ବାଚନରେ ଆମେରିକାର ଅଂଶଗ୍ରହଣ ଓ 1949 ରେ ନାଟୋ ସଂସ୍ଥା ର ଭିତ୍ତି ସ୍ଥାପନ ଇତ୍ୟାଦି ପ୍ରମାଣ କଲା ଇଉରୋପୀୟ ନିରାପତ୍ତା କ୍ଷେତ୍ରରେ ଆମେରିକା ସକ୍ରିୟ ହେଉଛି ।
ଆମେରିକା ନେତୃତ୍ୱରେ ନାଟୋ ଗଠନକୁ ମୁକାବିଲା କରିବା ପାଇଁ ସୋଭିଏତ ନେତୃତ୍ୱରେ କମ୍ରେଡ଼ ଷ୍ଟାଲିନ Warshaw Pact ଗଠନ କଲେ । Warshaw ଠାରେ ଯେଉଁ Treaty ଘୋଷଣା ହେଲା ସେଥିରେ ସୋଭିଏତ ୟୁନିୟନ, ଆଲବାନିଆ, ପୋଲାଣ୍ଡ, ରୋମାନିଆ, ହଙ୍ଗେରୀ,ପୂର୍ବ ଜର୍ମାନୀ, ଯୁଗୋସ୍ଲୋଭିଆ, ବୁଲଗାରିଆ ସଦସ୍ୟ ଭାବରେ ସ୍ବାକ୍ଷର କଲେ । ଏହି ଚୁକ୍ତି ଅନୁଯାୟୀ କୌଣସି ସଭ୍ୟ ଦେଶ ଉପରେ ବାହାରୁ ଆକ୍ରମଣ ହେଲେ ସେମାନେ ମିଳିତ ଭାବରେ ପ୍ରତିରୋଧ କରିବେ । ସୋଭିଏତ ୟୁନିୟନର ମାର୍ଶାଲ ଇଭାନ କୋନେଭ ନେତୃତ୍ବରେ ଏହାର ସମାରିକ କମାଣ୍ଡ ଗଠନ ହେଲା ।
Warshaw Pact ଏହାର ଅବସ୍ଥିତି ସମ୍ପର୍କରେ ଇଙ୍ଗିତ କଲେ । ପଶ୍ଚିମ ଜର୍ମାନୀକୁ ନାଟୋରେ ସାମିଲ କରି ଏହାକୁ ପୁନଃସାମରିକୀକରଣ କରିବା ଦ୍ୱାରା ( 1955 , ମେ 9 ର ନାଟୋ ଘୋଷଣା )ଏକ ନୂତନ ଯୁଦ୍ଧର ସମ୍ଭାବନା ସୃଷ୍ଟି ହେଲା ଓ ଶାନ୍ତି କାମୀ ରାଷ୍ଟ୍ରମାନଙ୍କ ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କଲା ।
ସୁତରାଂ, ସୋଭିଏତ ପାଇଁ ଏହା ସିଧାସଳଖ ବିପଦ ଥିଲା ଓ Warsaw Pact ଏହାର ମୁକାବିଲା ପାଇଁ ଉଦ୍ଦିଷ୍ଟ ଥିଲା । ଷ୍ଟାଲିନଙ୍କ ଆଶଙ୍କା ମାର୍ଶାଲ ପ୍ଲାନର ପାଣ୍ଠି ବିନିଯୋଗ ଚୟନ ଭିତରୁ ପ୍ରମାଣିତ ହେଲା ।
ମାର୍ଶାଲ ପ୍ଲାନ ଦ୍ଵାରା ଇଉରୋପୀୟ ଶିଳ୍ପାୟନର ପୁନରୁଦ୍ଧାର ହେଲା । ଏହି ଅଞ୍ଚଳକୁ ବ୍ୟାପକ ପୁଞ୍ଜି ବିନିଯୋଗ ପାଇଁ ଆସିଲା ।
ଏହା ଆମେରିକା ଅର୍ଥନୀତିରେ ତେଜିଭାଵ ଆସିଲା । କାରଣ ଏହି ଅଞ୍ଚଳରେ ଆମେରିକା ଶିଳ୍ପଜାତ ପଦାର୍ଥ ପାଇଁ ବ୍ୟାପକ ବଜାର ସୃଷ୍ଟି କଲା । ବର୍ତ୍ତମାନ ଯେମିତି ଆମାଜାନ , ଫିପକାର୍ଟ ପାଇଁ ଭାରତୀୟ ବଜାର ଖୋଲିଛି ।
ମାର୍ଶାଲ ପ୍ଲାନ ଫଣ୍ଡ ପଶ୍ଚିମ ଇଉରୋପ ପାଇଁ ଉଦ୍ଦିଷ୍ଟ ଥିଲା ।
ଅର୍ଥନୈତିକ ଐତିହାସିକମାନେ ମାର୍ଶାଲ ପ୍ଲାନର ସଫଳତା ଉପରେ ସନ୍ଦିହାନ ଥିଲେ । ଏହା କେବଳ ଆମେରିକା ଅର୍ଥନୀତିକୁ ନୂତନ ଜୀବନ ଦେବା ଓ ରାଜନୈତିକ ଦିଗରୁ ପଶ୍ଚିମ ଇଉରୋପୀୟ ଦେଶମାନଙ୍କ ତ୍ରାଣକର୍ତ୍ତା ଭାବରେ ପ୍ରଚାର କରାଇବା ପାଇଁ ଉଦ୍ଦିଷ୍ଟ ଥିଲା । ଅନ୍ୟ ପକ୍ଷରେ ଆମେରିକା ସପକ୍ଷବାଦୀ ଐତିହାସିକମାନେ ମାର୍ଶାଲଙ୍କୁ ନାୟକ ଭାବରେ ପ୍ରଚାର କଲେ । ମାର୍ଶାଲ ଏକମାତ୍ର ଜେନେରାଲ ଯିଏ କି ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଲେ ।
The Marshal Plan institutionalized and legitimized the concept of US Foreign Aid Programme .
ଏହା ଆମେରିକା ବୈଦେଶିକ ନୀତିର ଅବିଛେଦ୍ୟ ଅଙ୍ଗ ହେଇଗଲା ।
(ଦ୍ୱିତୀୟ ଭାଗରେ ଆଲୋଚନା କରିବି କିପରି ଶୀତଳ ଯୁଦ୍ଧ ପର୍ଯ୍ୟାୟରେ ଆମେରିକା ପୂର୍ବର ମାଶାଲ ପ୍ଲାନ ପାଣ୍ଠିକୁ Non -Governmental Organisation ମାଧ୍ୟମରେ ବିନିଯୋଗ କରି ସମାଜବାଦୀ ବିଶ୍ୱକୁ ଧ୍ୱଂସ କଲା । )