ଭାଇରାଲ ହେଲା ନବ ଦାସଙ୍କ ଓପିଡି ରେଫରାଲ ଟିକେଟ୍, ଅତି ସଙ୍କଟାପନ୍ନ ଥିଲା ଅବସ୍ଥା

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କର ମୃତ୍ୟୁକୁ ଦୁଇଶହରୁ ଅଧିକ ଦିନ ହେଲାଣି। ତାଙ୍କ ସ୍ଥାନରେ ତାଙ୍କ ଝି ଦୀପାଳୀ ଦାସ ସେଠାରୁ ଉପନିର୍ବାଚନ ଜିତି ବିଧାୟିକା ହୋଇସାରିଲେଣି। ସେହିପରି ପୁଅ ବିଶାଳ ଦାସ ଅବିଭକ୍ତ ସମ୍ବଲପୁର ରାଜନୀତିରେ ସକ୍ରିୟ ହେଲେଣି। ହେଲେ କ୍ରାଇବବ୍ରାଞ୍ଚ ତଦନ୍ତ ଜାରି ରହିଥିବା ବେଳେ ନୂଆ ତଥ୍ୟ ପ୍ରସଙ୍ଗ ପଦାକୁ ଆସିଛି। ଯାହାକୁ ନେଇ ଟର୍ଚ୍ଚା ଜୋର ଧରିଛି। ନବଙ୍କୁ ଗୁଳିମାଡ଼ ପରେ ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ବେଳର ଓପିଡି ଟିକେଟ୍ ହସ୍ତଗତ ହୋଇଛି। ଯାହା ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

ଗୁଳି ମାଡ଼ ଖାଇଥିବା ନବଙ୍କୁ ପ୍ରଥମେ ଜିଲ୍ଲା ହସ୍ପିଟାଲକୁ ନେବାପରେ ନିଆଯାଇଥିଲା। ହେଲେ  କ’ଣ ସବୁ ପରୀକ୍ଷା କରାଯାଇଥିଲା? ତାଙ୍କର ହାର୍ଟବିଟ୍‌ କେତେ ଥିଲା, ଅକ୍ସିଜେନ୍‌ ଲେବୁଲ କ’ଣ ଥିଲା ଏସବୁ କିଛି ବି ଓପିଡି ଟିକେଟ୍‌ରେ ଉଲ୍ଲେଖ କରାଯାଇନାହିଁ। ଏହା ଏବେ ଭାଇରାଲ ହେବାରେ ଲାଗିଛି। ହେଲେ ସେହି ଦସ୍ତାବଜରେ ଗୁଳିମାଡ଼ରେ ଆହତ ହୋଇ ଭର୍ତ୍ତି ହୋଇଥିବା କଥା ଉଲ୍ଲେଖ ହୋଇଛି। ଏହାପରେ ତାଙ୍କୁ ଅଧିକ ଚିକିତ୍ସା ଲାଗି ଉନ୍ନତ ବ୍ୟବସ୍ଥା ଥିବା ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ରେଫର କରାଯାଇଛି। ସେ ଦିନ ଜିଲ୍ଲା ହସପିଟାଲରେ ନବଙ୍କର ଚିକିତ୍ସା କରାଯାଇଥିଲା ନା ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଥିଲା ଓପିଡି ଟିକେଟ ସାମ୍ନାକୁ ଆସିବା ପରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି।

 

ସେପଟେ ଏହି ଘଟଣାରେ ସଫେଇ ଦେଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଦୋଳମଣି ପଟେଲ କୁହନ୍ତି ଯେ,  ନିୟମ ଦୃଷ୍ଟିରୁ ଓପିଡି ଟିକେଟରେ ଚିକିତ୍ସା ବାବଦରେ ଲେଖାଯିବା କଥା। ଯେହେତୁ ସାର୍‌ଙ୍କ ଅବସ୍ଥା ସଂକଟାପନ୍ନ ଥିଲା ତତ୍ କ୍ଷଣାତ  ପ୍ରାଥମିକ କରି ରେଫର କରାଯାଇଥିଲା। ସେଥିପାଇଁ ଲେଖିଯାଇ ପାରିଲା ନାହିଁ।ରେଫରାଲ୍‌ କାର୍ଡରେ ଡିଟେଲ୍‌ ଲେଖାଯାଇ ପଠାଯାଇଥିଲା ବୋଲି ଡାକ୍ତର ପଟେଲ କହିଛନ୍ତି।

Leave a Reply

Your email address will not be published. Required fields are marked *