ଆଇସିସିର ଐତିହାସିକ ଘୋଷଣା, ମହିଳା-ପୁରୁଷ ବିଶ୍ୱକପ ବିଜେତାଙ୍କୁ ବରାବର ପୁରସ୍କାର ରାଶି

ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଙ୍ଗଳବାର ଏକ ଐତିହାସିକ ଘୋଷଣା କରିଛି। ଏହି ଘୋଷଣା ଅନୁଯାୟୀ ବର୍ତ୍ତମାନ ବିଶ୍ୱକପରେ ପୁରୁଷ ଓ ମହିଳା ଖେଳାଳିଙ୍କୁ ସମାନ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଆସନ୍ତା ମାସରେ ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଟି -୨୦ ବିଶ୍ୱକପରୁ ଏହା ଆରମ୍ଭ ହେବ ବୋଲି ଆଇସିସି କହିଛି।

ଆଇସିସି ଏକ ବିବୃତ୍ତିରେ କହିଛି ଯେ ମହିଳା ଟି -20 ବିଶ୍ୱକପ ବିଜେତାମାନଙ୍କୁ ୨.୩୪ ମିଲିୟନ ଆମେରିକୀୟ ଡଲାର (ପ୍ରାୟ 20 କୋଟି ଟଙ୍କା) ପୁରସ୍କାର ପ୍ରଦାନ କରାଯିବ। ଯାହା ପୂର୍ବ ଅପେକ୍ଷା ବହୁତ୍ ଅଧିକ। ୨୦୨୩ରେ ମହିଳା ବିଶ୍ବକପ୍ ଜିତିଥିବା ଅଷ୍ଟ୍ରେଲିଆକୁ ୧ ମିଲିୟନ ଡଲାର ପୁରସ୍କାର ମିଳିଥିଲା

ଚଳିତ ବର୍ଷ ଭାରତ ପୁରୁଷ ଟିମ ଟି -୨୦ ବିଶ୍ୱକପ ଜିତିବା ପାଇଁ ୨.୪୫ ମିଲିୟନ ଆମେରିକୀୟ ଡଲାର (୨୦ କୋଟି ୫୦ ଲକ୍ଷ ଟଙ୍କା) ପୁରସ୍କାର ପାଇଥିଲା।

ଆଇସିସି କହିଛି, ‘ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୪ ପ୍ରଥମ ଆଇସିସି ଟୁର୍ନାମେଣ୍ଟ ହେବ ଯେଉଁଥିରେ ମହିଳାମାନେ ପୁରୁଷ ମାନଙ୍କ ଭଳି ସମାନ ପୁରସ୍କାର ରାଶି ପାଇବେ, ଯାହାକି ଏହି ଖେଳ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହେବ |’

Leave a Reply

Your email address will not be published. Required fields are marked *