କ୍ରିକେଟ୍ ବୁକରେ ଆଉ ଏକ ନିୟମ ଯୋଡିଲା ଆଇସିସି …

ଆଇସିସି କ୍ରିକେଟର ନିୟମ ପୁସ୍ତକରେ ଆଉ ଏକ ନିୟମ ଯୋଡ଼ିଛି। ଧଳା ବଲରେ ଖେଳାଯାଉଥିବା କ୍ରିକେଟ୍ ର ଦୁଇଟି ଫର୍ମାଟ୍ (ଦିନିକିଆ ଓ ଟି-୨୦)କୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏହି ନିୟମ ଅଣାଯାଇଛି। ଏହା ଅଧୀନରେ ଯଦି ଟି-୨୦ କିମ୍ବା ଦିନିକିଆରେ ଗୋଟିଏ ଇନିଂସରେ ତୃତୀୟ ଥର ପାଇଁ ଓଭର ଫିଙ୍ଗିବାରେ ଏକ ମିନିଟରୁ ଅଧିକ ବିଳମ୍ବ ହୁଏ, ତେବେ ବ୍ୟାଟିଂ ଦଳକୁ ୫ ରନ୍ ଅତିରିକ୍ତ ଦିଆଯିବ। ଏହି ନିୟମ ଲାଗୁ ହେବା ପରେ ଅଧିନାୟକ ଓ ବୋଲରଙ୍କୁ ସବୁବେଳେ ରଣନୀତି ଓ ଘଡ଼ି ଉପରେ ନଜର ରଖିବାକୁ ପଡ଼ିବ। ଏହି ନୂଆ ନିୟମ ଏବେ କେବଳ ପୁରୁଷ କ୍ରିକେଟ୍ ପାଇଁ ଲାଗୁ ହେବ। ପରୀକ୍ଷଣ ଶେଷ ହେବା ପରେ ଏହାର ଫଳାଫଳକୁ ବିଶ୍ଳେଷଣ କରି ଏହି ନିୟମକୁ ସ୍ଥାୟୀ କରାଯିବ ଏବଂ ଏହା ପରେ ଏହାକୁ ମହିଳା କ୍ରିକେଟରେ ମଧ୍ୟ ଯୋଡା ଯିବ । ଏହି ପରୀକ୍ଷଣ ଡିସେମ୍ବର ୨୦୨୩ରୁ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ଚାଲିବ । ଏହା ଦ୍ୱାରା ମ୍ୟାଚ୍ ର ଗତି ମନ୍ଥର ହେବ ନାହିଁ ଏବଂ ଦର୍ଶକଙ୍କ ଆଗ୍ରହ ରହିବ ବୋଲି ବିଶ୍ୱାସ କରାଯାଉଛି। ଅନେକ ସମୟରେ ଦିନିକିଆ ମ୍ୟାଚ୍ ୮ ଘଣ୍ଟାର ସୀମା ଅତିକ୍ରମ କରିଥାଏ। ଏଭଳି ପରିସ୍ଥିତିରେ ଖେଳ ଥଣ୍ଡା ହେବା ସହ ବ୍ରଡକାଷ୍ଟରକୁ କ୍ଷତି ପହଞ୍ଚାଇବାର ସମ୍ଭାବନା ରହିଥାଏ।