ରୋହିତ କୋହୋଲିଙ୍କୁ ଝଟକା, ଏହି ଯୁବ ଖେଳାଳିଙ୍କ ପଛରେ ପଡିଲେ ଦୁଇ ଷ୍ଟାର
ଆଇସିସି ର଼୍ୟାଙ୍କିଙ୍ଗରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ଲାଗିଛି ବଡ଼ ଝଟକା । ଟେଷ୍ଟର ସର୍ବଶେଷ ର଼୍ୟାଙ୍କିଙ୍ଗରେ ଉଭୟ ଭାରତୀୟ ସୁପରଷ୍ଟାର ୫-୫ ସ୍ଥାନ ତଳକୁ ଖସିଯାଇଛନ୍ତି । ଅନ୍ୟପକ୍ଷରେ ଓପନିଂ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସୱାଲ ଟେଷ୍ଟ ର଼୍ୟାଙ୍କିଙ୍ଗରେ ସଫଲ ହାସଲ କରିଛନ୍ତି। ଏହା ବ୍ୟତୀତ ରିଷଭ ପନ୍ତ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଜୟସୱାଲଙ୍କଠାରୁ ମାତ୍ର ଗୋଟିଏ ସ୍ଥାନ ପଛରେ ଅଛନ୍ତି। ଜୟସୱାଲ ହେଉଛନ୍ତି ଏକମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ୍ ଯିଏକି ତିନିଟି ଫର୍ମାଟର ୫ ନମ୍ବର ର଼୍ୟାଙ୍କିଙ୍ଗ ଭିତରେ ଅଛନ୍ତି।
ଟେଷ୍ଟ ମାନ୍ୟତାରେ ୫ଟି ସ୍ଥାନ ଖସିଯିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ୭୧୬ ପଏଣ୍ଟ ସହ ୧୦ ନମ୍ବରରେ ପହଞ୍ଚିଛନ୍ତି। ଏହା ବ୍ୟତୀତ ୫ଟି ସ୍ଥାନ ଖସିଯିବା ପରେ ବିରାଟ କୋହଲି ୭୦୯ ପଏଣ୍ଟ ସହ ଦ୍ୱାଦଶ ତମ ସ୍ଥାନରେ ପହଞ୍ଚିଛନ୍ତି। ଟେଷ୍ଟ ର଼୍ୟାଙ୍କିଙ୍ଗରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ୍ ଶୀର୍ଷ ସ୍ଥାନରେ ଅଛନ୍ତି। ଏହା ବ୍ୟତୀତ ଦିନିକିଆରେ ରୋହିତ ଶର୍ମା ୨ ନମ୍ବରରେ ଏବଂ ବିରାଟ କୋହଲି ୪ ନମ୍ବରରେ ଥିବାବେଳେ ଶୁଭମାନ ଗିଲ ତୃତୀୟ ସ୍ଥାନରେ ଅଛନ୍ତି। ପାକିସ୍ତାନ ଅଧିନାୟକ ବାବର ଆଜମ ପ୍ରଥମ ସ୍ଥାନରେ ଅଛନ୍ତି ।ସେହିପରି ଜୟସୱାଲ ଓ ପନ୍ଥ ବାଂଲାଦେଶ ବିପକ୍ଷ ସିରିଜର ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରି ୫ ଓ ୬ ନମ୍ବର ସ୍ଥାନରେ ରହିଛନ୍ତି । ଜୟସୱାଲ ପ୍ରଥମ ପାଳିରେ ଅର୍ଦ୍ଧଶତକ ମାରିଥିବା ବେଳେ ପନ୍ଥ ଏକ ଶତକ ସହ ଟେଷ୍ଟ କ୍ରିକେଟକୁ ପ୍ରାୟ ୨୭ ମାସ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି ।