କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାଲିଆତି ନିଯୁକ୍ତି, ସିଡିଏମଓ ଘଣ୍ଟ ଘୋଡାଉଛନ୍ତି
![](https://odishapatrika.com/wp-content/uploads/2025/02/IMG-20250204-WA0008.jpg)
କେନ୍ଦୁଝର,5/1- (ଦିଲ୍ଲୀପ କୁମାର
ସାହୁ )-କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଲାଗି ଅନେକ ସମୟରେ ଉତ୍ତେଜନା ପ୍ରକାଶ ପାଏ କିଛି ନିରୀହ ଭଲ ଡାକ୍ତର ଅକାରଣରେ ଆକ୍ରୋଶର ଶିକାର ହୁଅନ୍ତି। ସେହିପରି ଟିବି ୱାର୍ଡରେ ବ୍ୟାପକ ଅନିୟମିତତା କଥା ଖବର ଆସେ । ତେବେ ଏହି ଡାକ୍ତରଖାନାରେ ନକଲି ସାର୍ଟିଫିକେଟ ଦେଇ ନିଯୁକ୍ତି ମିଳିବା କଥା ଆଗରୁ ଅଭିଯୋଗ ହୋଇଥିଲା ମାମଲା କୋର୍ଟରେ ଚାଲିଥିଲା ହେଲେ ଏବେ ଯକ୍ଷ୍ମା ବିଭାଗରେ ଡିଷ୍ଟ୍ରିକ୍ଟ ପ୍ରୋଗ୍ରାମ କୋର୍ଡିନେଟର ଭାବେ ଜାତୀୟ ସ୍ବାସ୍ଥ୍ୟ ମିଶନ ମାଧ୍ୟମରେ ନିଯୁକ୍ତି ପାଇଥିବା ତାପସ ରଂଜନ ଜେନାଙ୍କ ଶିକ୍ଷାଗତ ଯୋଗ୍ୟତା ନକଲି ବୋଲି ଜଣା ପଡ଼ିବା ପରେ ହଇଚଇ ସୃଷ୍ଟି ହେଇଛି। ଜିଲ୍ଲାରେ ଯକ୍ଷ୍ମା ନିରାକରଣ ଲାଗି ଅନେକ ଯୋଜନା ହେଉଛି ତେଣୁ ଏହି ପଦ ଲାଗି ଏମବିଏ ଯୋଗ୍ୟତାଧାରୀଙ୍କୁ ନିଯୁକ୍ତି ମିଳିବ ବୋଲି ସର୍ତ୍ତ ଥିଲା ହେଲେ ଶ୍ରୀ ଜେନା କୁଆଡୁ ଏକ ନକଲି ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଛନ୍ତି ବୋଲି ଯୁବ ଆଦଭୋକେଟ ନିଶିକାନ୍ତ ବେହେରା ଅଭିଯୋଗ କରିଛନ୍ତି। ଏ ବାବଦରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦେଖା କରି କହିଥିଲେ ମଧ୍ୟ କେନ୍ଦୁଝର ଲୋକ ଯକ୍ଷ୍ମା ରୋଗରେ ମଲେ ତାଙ୍କର କିଛି ଯାଏ ଆସେ ନାହିଁ ପରି ସେ ଚୁପ୍ ରହିଲେ। ତେଣୁ ବାଧ୍ୟ ହୋଇ ଓକିଲ ଶ୍ରୀ ବେହେରା କେନ୍ଦୁଝର ଜିଲ୍ଲାପାଳଙ୍କୁ ଏହି ଗୁରୁତର କଥା ଜଣାଇ ଥିଲେ କି କିପରି ଶ୍ରୀ ଜେନା ଚାକିରୀ ପାଇବାକୁ କର୍ଣ୍ଣାଟକ ଓପନ ୟୁନଭରସିଟିରୁ ହରଜିତ୍ ସିଂହ ନାମକ ଛାତ୍ରଙ୍କ ସାର୍ଟିଫିକେଟକୁ ନିଜର ବୋଲି କହି ନକଲି କରି ଚାକିରୀ କରିଛନ୍ତି। ଏହି ସବୁ ତଥ୍ୟ ସେ ସୂଚନା ଅଧିକାର ବଳରେ ପାଇଥିବା କହିଥିଲେ। ତେଣୁ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଘଟଣାର ୩ ମାସ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ହେଲେ ସବୁ ଜାଣି ସିଡିଏମଓ ଡାକ୍ତର କିଶୋର ଚନ୍ଦ୍ର ପୃଷ୍ଟି ନୀରବ ରହିଥିଲେ। ଏଠାରେ ନକଲି ସାର୍ଟିଫିକେଟ ମାଫିଆ ସକ୍ରିୟ ଅନେକ ଏହିପରି ନକଲି କରି ଚାକିରୀ କରିଛନ୍ତି ବୋଲି ଗୁରୁତର ଅଭିଯୋଗ ଆସୁଛି। ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ସବୁବେଳେ ଆଦିବାସୀ ଗରିବ ଲୋକେ ସ୍ବାସ୍ଥ୍ୟ ସେବା ପାଇବାରେ ଅବହେଳାର ଶିକାର ହୁଅନ୍ତି ବୋଲି ଅଭିଯୋଗ ଆସେ ଏବେ ନକଲି ସାର୍ଟିଫିକେଟ ଦେଇ ଡାକ୍ତରଖାନାରେ ଚାକିରୀ କରିବା ଏହି କଥାକୁ ସତ ବୋଲି ପ୍ରମାଣିତ କରୁଛି। ତେଣୁ ଓକିଲ ଶ୍ରୀ ବେହେରା ଜିଲ୍ଲାପାଳଙ୍କୁ ଅଭିଯୋଗ ଶୁଣାଣିରେ ଆସି ନକଲି ସାର୍ଟିଫିକେଟ ଦେଇଥିବା ତାପସ ଜେନାକୁ ଚାକିରୀ ବହିଷ୍କାର କରି ଗିରଫ କରି ଟଙ୍କା ରିକୋଭରୀ କରିବା ସହ ସିଡିଏମଓ ଓ ଏପରି ନକଲି ପ୍ରମାଣପତ୍ର ଯୋଗାଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି। ସେହିପରି ଜିଲ୍ଲା ନାଗରିକ ମଞ୍ଚ ତରଫରୁ ଦିଲୀପ କୁମାର ସାହୁ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ନକଲି ପ୍ରମାଣପତ୍ର ଦେଇଥିବା ସମସ୍ତଙ୍କ ରେଜିଷ୍ଟ୍ରେସନ୍ ନଂ ଯାଞ୍ଚ କରିବାକୁ ଦାବି କରିଛନ୍ତି ଅନ୍ୟଥା ମେଡିକାଲ ଘେରାଉ ହେବ କହିଛନ୍ତି।