ବାତ୍ୟା ବିପର୍ଯ୍ୟୟ ପାଇଁ ୮ ରାଜ୍ୟକୁ ସତର୍କତା ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ମାଡ଼ିଆସୁଛି ବାତ୍ୟା ‘ବିପର୍ଯ୍ୟୟ। ଏହାର ମୁକାବିଲା ପାଇଁ ଘନ ଘନ ବୈଠକ କରାଯାଉଛି । ୮ ରାଜ୍ୟକୁ ସତର୍କତା ଜାରି କରାଯାଇଛି । ଗୁଜୁରାଟରେ ୧୭ଟି ଏନଡିଆରଏଫ ଟିମ୍ ମୁତୟନ ହୋଇଥିବାବେଳେ ୩୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଆସନ୍ତାକାଲି ଗୁଜରାଟର ସୌରାଷ୍ଟ୍ର-କଚ୍ଛ ଉପକୂଳରେ ମାଡ ହେବ ବାତ୍ୟା ବିପର୍ଯ୍ୟୟ । ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୫୦ କିମି ବେଗରେ ପବନ ସହ ଝଡ଼ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆରବ ସାଗର ଉପକୂଳବର୍ତ୍ତୀ ରାଜ୍ୟ ଗୁଜରାଟ, ମହାରାଷ୍ଟ୍ର, ଗୋଆ, କେରଳ, କର୍ଣ୍ଣାଟକରେ ବାତ୍ୟା ପ୍ରଭାବ ଦେଖା ଦେଲାଣି ।

Leave a Reply

Your email address will not be published. Required fields are marked *