ପାଣିପାଗ ବିଭାଗର ସୂଚନା : ଆଗାମୀ ସପ୍ତାହରେ ପ୍ରବଳ ବର୍ଷା

 ଭୁବନେଶ୍ବର; ରାଜ୍ୟରେ ପାଣିପାଗରେ ସେମିତି କିଛି  ପ୍ରଭାବ ଦେଖାଦେଉନି । ଆଦ୍ରତା ଅଧିକ ରହିବା ଫଳରେ ଦିନରେ ଗୁଳୁଗୁଳି ଅନୁଭୂତ ହେବ। ତେବେ ଆସନ୍ତା ୨ ଓ ୩ ତାରିଖ ବେଳକୁ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇ କହିଛନ୍ତି ।

ଓଡ଼ିଶାକୁ ମୌସୁମୀ ବିଳମ୍ବରେ ଆସିଥିଲେ ମଧ୍ୟ ଆଗାମୀ ଦିନରେ ବର୍ଷା ସ୍ୱାଭାବିକ ରହିବ। ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁନ୍‌ ମାସରେ ଅଧିକ ବର୍ଷା ହୋଇଛି। ଗତବର୍ଷ ୧୩୬.୧ ମି.ମି. ବର୍ଷା ରେକର୍ଡ ହୋଇଥିଲା। ଚଳିତ ବର୍ଷରେ ବର୍ତ୍ତମାନ ସୁଦ୍ଧା ୧୫୬.୧ ମି.ମି. ବର୍ଷା ରେକର୍ଡ କରାଯାଇଛି। 

Leave a Reply

Your email address will not be published. Required fields are marked *