ଅସହ୍ୟ ଖରାକୁ ଗୁଳୁଗୁଳିିରେ ଅସ୍ତ ବ୍ୟସ୍ତ ସାରା ରାଜ୍ୟ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରଷ୍ମପ୍ରବାହ ଓ ଗିଳୁଗୁଳି । ତାପମାତ୍ରା ଉପର ମୁହାଁ ହୋଇଥିବା ବେଳେ ଉପକୂଳରେ ରହୁଥିବା ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି କଲବଲ ହେଉଛି ସାରା ରାଜ୍ୟ । ଅନ୍ୟପଟେ ୨ ଦିନ ହେବ ଏଭଳି ସମସ୍ୟା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗତକାଲି ସନ୍ଧ୍ୟାରେ ହୋଇଥିବା କାଳବୈଶାଖୀ କିଛିକାଂଶରେ ଆଶ୍ୱସ୍ତି ଆଣିଛି। ଯଦିଓ ସନ୍ଧ୍ୟାରେ ବର୍ଷା ଯୋଗୁଁ ଗୁଳୁଗୁଳି କମିଛି, ହେଲେ ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟତଃ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବା ସହିତ ଉପକୂଳରେ ୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ହେବାକୁ ଥିବାରୁ ଗୁଳୁଗୁଳିରୁ ମୁକ୍ତି ମିଳିବା ନେଇ ସମ୍ଭାବନା ରହିଛି। ସେହିପରି ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗିର, କଳାହାଣ୍ଡି ଆଦି ଅଞ୍ଚଳରେ  ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି ।

Leave a Reply

Your email address will not be published. Required fields are marked *