କେଉଁଠି ବର୍ଷା ତ କେଉଁଠି ଗୁଳୁଗୁଳି

ଭୁବନେଶ୍ଵର: ଅସହ୍ୟ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଆଜି ରାଜ୍ୟରେ କିଛି ସମୟ ପୂର୍ବରୁ କାଳ ବୈଶାଖୀ ଦେଖିବାକୁ ମିଳିଛି । ମେଘୁଆ ପାଗ ସାଙ୍ଗକୁ ଝିପିଝିପି ବର୍ଷା ରାଜ୍ୟବାସୀଙ୍କୁ ଦେଇଛି ଆଶ୍ବସ୍ତି । ୪୦ ଡିଗ୍ରୀ କରି ରେକର୍ଡ ଭାଙ୍ଗୁଥିବା ତାତିକୁ ଟିକେ ଥଣ୍ଡା କରିବା ପାଇଁ କାଳବୈଶାଖୀ ଆଣିଛି ସାମାନ୍ୟ ତ୍ରାହି । ଏହାସହ କଟକରେ କୁଆପଥର ବର୍ଷା ଚାତକ ପରି ଚାହିଁ ରହିଥିବା ସହରବାସୀଙ୍କୁ ଆଶ୍ବସ୍ତି ଦେଇଛି ।
ସୂଚନା ଅନୁଯାୟୀ, କାଳବୈଶାଖୀ ଓ ବଜ୍ରପାତ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୬ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ, କଟକ, କନ୍ଧମାଳ ଓ ଢ଼େଙ୍କାନାଳ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ଆର୍ଲଟ ଜାରି କରାଯାଇଛି ।