ଆଇପିଏଲରେ ଅରେଞ୍ଜ(କମଳା) ଓ ପରପଲ୍ଲ(ବାଇଗଣୀ) କ୍ୟାପର ଗୁରୁତ୍ୱ

ଭୁବନେଶ୍ବର : ଚଳିତ ଆଇପିଏଲରେ ମୋଟ୍ ୧୦ ଟି ଦଳ ଭାଗ ନେଇଛନ୍ତି। ଭାଗ ନେଇଥିବା ଦଳ ମଧ୍ୟରେ ୧୧୦ ଜଣ ଖେଳାଳି ଏହି ପ୍ରତିଯୋଗିତାରେ ,ଅଂଶଗ୍ରହଣ କରିଛନ୍ତି। ଯଦି ଆମେ ଦଶଟି ଟିମର ୧୧୦ ଜଣ ଖେଳାଳିଙ୍କ କଥା ଚିନ୍ତା କରିବା ତାହାଲେ ଏଥିରେ କେତେ ଜଣ ଭଲ ବ୍ୟାଟିଂ ଓ ଭଲ ବୋଲିଁର ପଦର୍ଶନ କରି ଆରେଞ୍ଜ କେପ ଓ ପର୍ପଲ୍ କ୍ୟାପ୍ ଦୌଡ଼ରେ ଅଛନ୍ତି। ତେବେ କଣ ଏହି ଅରେଞ୍ଜ କ୍ୟାପ୍ , ଅରେଞ୍ଜ କ୍ୟାପ ହେଉଛି ଆଇପିଏଲରେ ଅଧିକ ରନ କରିଥିବା ବ୍ୟାଟରଙ୍କୁ ପ୍ରଦାନ କରାଯାଇ ଥାଏ । ୨୦୦୮ଆଇପିଏଲର ଆରମ୍ଭ ସଂସ୍କରଣରେ ଅଷ୍ଟ୍ରେଲିଆର ସନ ମାର୍ଶ ୬୧୬ ରନ୍ କରି ଏହି କ୍ୟାପକୁ ନିଜ ନାମରେ କରିଥିଲେ । ସେହିପରି ପର୍ଯ୍ୟାୟ କ୍ରମେ ,ମ୍ୟାଥ୍ୟୁ ହେଡନ୍ ,ସଚିନ ଦେନ୍ଦୁଲକର , କ୍ରିସ୍ ଗେଲ (୨ ଥର) ,ମାଇକେଲ ହସି , ରବିନ ଉଥ୍ଥାପା , ଡେଭିଡ୍ ୱାରନର , ବିରାଟ କୋହଲିଙ୍କ ପରି ଶ୍ରେଷ୍ଠ ଖେଳାଳିଙ୍କ ନାମ ଏହି ଅରେଞ୍ଜ୍ କ୍ୟାପ୍ ତାଲିକାରେ ରହିଛି । ୨୦୧୬ ଆଇପିଏଲରେ ବିରାଟ କୋହଲି ୯୭୩ରନ କରି ଆଇପିଏଲ ଇତିହାସରେ ଗୋଟିଏ ସିଜିନରେ ସର୍ବାଧିକ ରନ କରି ଇତିହାସ ରଚିଥିଲେ । ତେବେ ଚଳିତ ବର୍ଷ ଆଇପିଏଲରେ ଏହି ତାଲିକାରେ ବିଦେଶ ଖେଳିଳିଙ୍କ ସହ ଭାରତୀୟ ଖେଳାଳିଙ୍କ ନାମ ରହିଛି । ଫାଫ ଡ୍ୟୁପ୍ଲେସିସ୍ ୪୨୨ ରନ ସହ ଏହି ଦୌଡରେ ଆଗରେ ରହିଥିବାବେଳେ ଭାରତର ଶିଖର ଧାୱନ ପନ୍ଦର ନମ୍ବର ସ୍ଥାନରେ ରହିଛନ୍ତି ।ଏହି କ୍ୟାପ୍ ବିଜେତାଙ୍କୁ ୧୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ ।
ସେହିପରି ବୋଲର ମାନଙ୍କୁ ଉସାହିତ କରିବା ପାଇଁ ପରପଲ୍ଲ କ୍ୟାପର ପୁରସ୍କାର ରଖାଯାଇଛି । ଗୋଟିଏ ସିଜିନରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲରକୁ ଏହି ପୁରସ୍କାର ପ୍ରଦାନ କରାଯାଏ । ପ୍ରଥମ ବର୍ଷ ଆଇପିଏଲରେ ପାକିସ୍ଥାନର ଶୋହିଲ ତନୱିର ୨୨ ୱିକେଟ ସହ ଏହି କ୍ୟାାପର ଅଧିକାରି ହୋଇଥିଲେ । ସେହିପରି
୨୦୧୩ ଓ ୨୦୨୧ରେ ୱେଷ୍ଟଇଣ୍ଡିଜର ଡ୍ୱୋନ ବ୍ରାଭୋ ଏବଂ ଭରତର ହର୍ଶଲ ପଟେଲ ୩୨ ୱିକେଟ ସହ ସର୍ବାଧିକ ୱିକେଟ ନେଇଥିଲେ । ଚଳିତ ବର୍ଷ ଆଇପିଏଲରେ ଆରସିବିର ଦ୍ରୁତ ବୋଲର ମବମଦ୍ ଶିରଜ ୧୪ ୱିକେଟ ନେଇ ଆଗରେ ଅଛନ୍ତି ।