୨୦୨୫ ଚାମ୍ପିୟନସ୍ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇନପାରେ ଭାରତ

୨୦୨୫ରୁ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତ ଯିବ କି ନାହଁ ସଭିଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ । କିଛି ଦିନ ପୂର୍ବରୁ ଏହାର କାର୍ଯ୍ୟସୂଚୀ ପିସିବି ଘୋଷଣା କରିଥିବା ବେଳେ। ଏହି ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଟିମ୍ ପାକିସ୍ତାନ ଯାଇନପାରେ। ଦୁଇ ଦେଶର ରାଜନୈତିକ ସଂପର୍କ ଭଲ ନ ଥିବାରୁ ଭାରତୀୟ ଟିମ୍ ପାକିସ୍ତାନ ଯିବନି ବୋଲି କୁହାଯାଉଛି। ତେଣୁ ହାଇବ୍ରିଡ୍ ମଡେଲରେ ହୋଇପାରେ ଏହି ଟୁର୍ଣ୍ଣାମେଣ୍ଟ। ଭାରତର ମ୍ୟାଚ ୟୁଏଇ କିମ୍ବା ଶ୍ରୀଲଙ୍କାରେ ହୋଇପାରେ।

ସୂଚନା ଅନୁଯାୟୀ, ବିସିସିଆଇ ଟିମ୍ ଇଣ୍ଡିଆକୁ ପାକିସ୍ତାନ ପଠାଇବାକୁ ରାଜି ନଥିବାରୁ ଅନ୍ୟ କେଉଁଠାରେ ମ୍ୟାଚ୍ ଆୟୋଜନ ହେବାର ସମ୍ବାବନା ରହିଛି। ଏନେଇ ଖୁବ୍ ଶୀଘ୍ର ଆଇସିସି ଅପିଲ କରିପାରେ ବିସିସିଆଇ। ତେବେ ଭାରତର ମ୍ୟାଚ ୟୁଏଇ କିମ୍ବା ଶ୍ରୀଲଙ୍କାରେ ହୋଇପାରେ ବୋଲି ସୁତ୍ରରୁ ପ୍ରକାଶ। ତେବେ ପୂର୍ବରୁ ମଧ୍ୟ ଏସିଆ କପ ହାଇବ୍ରିଡ ମଡେଲରେ ଅନୁଷ୍ଠିତ ହୋଇଥିଲା। ଭାରତ ତାର ସମସ୍ତେ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲେ।

Leave a Reply

Your email address will not be published. Required fields are marked *