IND vs AUS: ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂର ନିଷ୍ପତି, ଭାରତୀୟ ଦଳରେ ସାମିଲ୍ ହେଲେ ବରୁଣ ଚକ୍ରବର୍ତ୍ତୀ

ଦୁବାଇ:ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଭାରତ ବନାମ ଅଷ୍ଟ୍ରେଲିଆ ଆଜି ଦୁବାଇରେ ଖେଳାଯିବ। ସେହିପରି ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡକୁ ଭେଟିବ। ଗୋଟିଏ ପଟେ, ଟିମ୍ ଇଣ୍ଡିଆ ତା’ର ତିନୋଟି ମ୍ୟାଚ୍ ଜିତି ସେମିଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ, ପ୍ୟାଟ୍ କମିନ୍ସ ଏବଂ ମିଚେଲ ଷ୍ଟାର୍କଙ୍କ ପରି ପ୍ରମୁଖ ବୋଲରଙ୍କ ଅନୁପସ୍ଥିତି ସତ୍ତ୍ୱେ ଅଷ୍ଟ୍ରେଲିଆ ଦୃଢ଼ ଭାବରେ ସେମିଫାଇନାଲରେ ପ୍ରବେଶ କରିଥିଲା। ତେବେ ଆଜିର ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଷ୍ଟିଭ ସ୍ମିଥ ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତି ନେଇଛନ୍ତି। ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ୫ ଟି ୱିକେଟ ନେଇଥିବା ବରୁଣ ଚକ୍ରବର୍ତ୍ତୀଙ୍କୁ ଆଜି ଦଳରେ ସ୍ଥାନ ମିଳିଛି।
ଭରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ, କେଏଲ ରାହୁଲ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ,
ଅଷ୍ଟ୍ରେଲିଆ ଦକ: କୁପର କନୋଲି, ଟ୍ରାଭିସ୍ ହେଡ୍, ଷ୍ଟିଭ୍ ସ୍ମିଥ୍ (ଅଧିନାୟକ), ମାର୍ନସ୍ ଲାବୁଶାନ ,ଜୋଶ୍ ଇଙ୍ଗଲିସ୍ (ୱିକେଟ୍ କିପର), ଆଲେକ୍ସ କେରି, ଗ୍ଲେନ୍ ମ୍ୟାକ୍ସୱେଲ୍, ବେନ୍ ଦ୍ୱାରଶୁଇସ୍, ନାଥନ୍ ଏଲିସ୍, ଆଡାମ ଜାମ୍ପା, ତନବୀର ସାଂଘା